Pratidin TV

Odisha's Digital News Platform

ରେଲୱେ କର୍ମଚାରୀଙ୍କ ଘୃଣ୍ୟ ଅପରାଧ : ଷ୍ଟେସନ ଭିତେ କଲେ ଗଣଦୁଷ୍କର୍ମ

1 min read

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ରେଳ ଷ୍ଟେସନରେ ଗତକାଲି ପ୍ରାୟ ୨.୩୦ ସମୟରେ ଜଣେ ୩୦ ବର୍ଷିୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯିବା ଅଭିଯୋଗ କରାଯାଇଛି ପୁରୁଣା ଦିଲ୍ଲୀ ପୋଲିସ ଷ୍ଟେସନରେ । ସୂଚନା ମୁତାବକ ପୀଡିତା ମହିଳା ଜଣଙ୍କ ଫରିଦାବାଦରେ ରୁହନ୍ତି । ଠିକ୍ ୨ବର୍ଷ ପୂର୍ବରୁ ମହୀଳା ଜଣଙ୍କର ପାରିବାରିକ ସମସ୍ୟକୁ ନେଇ ସ୍ୱାମୀଙ୍କ ସହ ଛାଡପତ୍ର ହୋଇଯାଇଥିଲା । ଏହାପରେ ସେ ଚାକିରି ଖୋଜିବାକୁ ଲାଗିପଡିଥିଲେ ସେହି ସମୟରେ ତାଙ୍କ ସାକ୍ଷାତ ସତୀଶ୍ କୁମାର (୩୫)ଙ୍କ ସହ ହୋଇଥିଲା । ସତୀଶ୍ ନିଜକୁ ଜଣେ ରେଳ କର୍ମଚାରୀ ଭାବେ ପରିଚିତ କରାଇଥିଲେ ଓ ସେଠାରେ ମହିଳା ଜଣଙ୍କୁ ଚାକିରୀ କରେଇଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ।

ଏହାପରେ ଗତକାଲି ସତୀଶ୍ ନିଜର ପୁଅ ଜନ୍ମଦିନ ପାର୍ଟି କହି ମହିଳା ଜଣଙ୍କୁ ଘରକୁ ଡାକିଥିଲେ ।ଘର ନା ଶୂଣି ମହିଳା ଜଣଙ୍କ ଆଉ ମନା କରିପାରିନଥିଲେ । ଏହାପରେ ମହିଳା ଜଣଙ୍କ ଷ୍ଟେସନ ର ୮-୯ ନଂ ପ୍ଲାଟଫର୍ମରେ ଓହ୍ଲାଇ ସତୀଶ୍‌ଙ୍କୁ ଘର ବାଟ ପଚାରିଥିଲେ । ସତୀଶ୍ ତାଙ୍କୁ ଘର ବାଟ ନକହି ନିଜେ ଆସି ସେଠାରେ ପହଞ୍ଚି ଯାଇଥିଲେ ଓ କିଛି ରେଳ ବିଭାଗର କର୍ମଚାରିଙ୍କୁ ଚାକିରୀ ପାଇଁ ଭେଟିବାକୁ ବାଧ୍ୟ କରି,ପାଖରେ ଥିବା ଏକ କୋଠରୀଭିତରକୁ ନେଇଯାଇଥିଲେ । ସତୀଶ୍‌ଙ୍କ ସହ ଆଉ ଜଣେ ବନ୍ଧୁ କୋଠରୀ ଭିତରକୁ ଯାଇଥିଲା ବେଳେ ଆଉ ୨ ଜଣ ବାହାରେ ଜଗି ରହିଥିଲେ । ସତୀସ୍ ଓ ତାଙ୍କ ବନ୍ଧୁ ମହୀଳା ଜଣଙ୍କ ସହ ଦୁଷ୍କର୍ମ କରି , ଧମକ ଦେଇ ବିଦାକରିଦେଇ ଥିଲେ । ଏହାପରେ ମହିଳା ଜଣଙ୍କ ସେଠାରୁ ଦୈଡି ପଳାଇଆସି ପୋଲିସକୁ ଫୋନ ଲାଗାଇ ସବୁ ଜଣାଇ ଥିଲେ ।

Advertisement

ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସତୀଶ୍ ଙ୍କ ସହ ତାଙ୍କ ୩ ଜଣ ବନ୍ଧୁ ବିନୋଦ କୁମାର(୩୮),ମଙ୍ଗଳ ଚନ୍ଦ (୩୩),ଓ ଜଗଦିସ ଚନ୍ଦ (୩୭) ଙ୍କୁ ଗିରଫ କରିଥିଲେ ।ଏହା ପରେ ଆଜି ତାଙ୍କୁ ଦିଲ୍ଲୀ କୋଟ ଓ ତାପରେ ଜେଲକୁ ପଠାଯାଇଛି ।ପୋଲିସ୍ ସୂଚନା ମୁତାବକ ୪ ଜଣ ଅଭିଯୁକ୍ତ ରେଳ ବୈଦୁତିକ ରକ୍ଷଣାବେକ୍ଷଣା ବିଭାଗର କର୍ମଚାରୀ ଅଟନ୍ତି ।

Leave a Reply

Your email address will not be published. Required fields are marked *