Pratidin TV

Odisha's Digital News Platform

ମୃତ୍ୟୁର ତାଣ୍ଡବ ନେଇ ଆସିଛି ୨୦୨୪ ; ମୁହଁମୁହିଁ ଧକ୍କା ହେଲା ଦୁଇ ବସ୍‌, ଜଣେ ମୃତ ୧୦ ରୁ ଉର୍ଦ୍ଧ ଗୁରୁତର ଆହତ

1 min read

ଗଞ୍ଜାମ ; ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୃଘଟଣା। ଦୁଇ ଘରୋଇ ବସ ମୁହାଁମୁହିଁ ଧକ୍କା। ଜଣେ ମୃତ। ମୃତକ ଜଣକ ହେଲେ ଦିଲଖୁସ ବସ ର ଡ୍ରାଇଭର କାଳିଆ ଗୌଡ଼ । ୧୦ ଉଦ୍ଧ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଆସିକା ମେଡ଼ିକାଲ କୁ ନିଆ ଯାଇଥିଲା। ପରେ ଗୁରୁତର ମଧ୍ୟରୁ ୫ ଜଣକୁ ବ୍ରହ୍ମପୁରର ସ୍ଥାନାନ୍ତର କରାଯାଇଛି। ଏପଟେ ହ୍ଵାଇଟ ହର୍ଷ ର୍ ଡ୍ରାଇଭର ଗୁରୁତର ଅଵସ୍ଥା ରେ ଉଦ୍ଧ କରି ବ୍ରହ୍ମପୁର ପଠା ଯାଇଛି।

ସୂଚନା ପ୍ରକାରେ ଭୁବନେଶ୍ୱର ରୁ କାଲିମେଳା ଯାଉଥିବା ଘରୋଇ ବସ ଦିଲଖୁସି କବିସୂର୍ଯ୍ୟନଗର ପରେ ଏକ ଢ଼ାବା ରେ ରାତ୍ର ଭୋଜନ କରିବା ପରେ ଗାଡ଼ିଟି ଯାଉଥିବା ସମୟ ରେ ରାତ୍ର ପ୍ରାୟ ୧୦.୨୯ ବେଳକୁ ଢ଼ଉଗାଁ ପ୍ରେଟ୍ରୋଲି ପମ୍ପ ନିକଟରେ ସୋରଡା ପଟୁ ଆସିକା ଅଭିମୁଖେ ଯାଉଥିବା ହ୍ଵାଇଟ ହର୍ଷ ବସଟି ତାକୁ ଧକ୍କା ଦେଇଥିଲା। ଆଉ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଉଭୟ ଗାଡିର ଡ୍ରାଇଭର ଗାଡି ମଧ୍ୟରେ ଚାପି ହୋଇ ଯାଇଥିଲେ।

Advertisement

ସେମାନଙ୍କୁ ବାହାର କରିବା ପାଇଁ ପାଖା ପାଖି ପ୍ରାୟ ଗୋଟିଏ ଘଣ୍ଟା ଲାଗିଥିଲା। ହେଲେ ସେତେବେଳକୁ ଦିଲଖୁସ ଡ୍ରାଭରଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସ୍ଥଳରେ ଧରାକୋଟ, ଆସିକା, ସେରଗଡ଼, ସୋରଡା,ବଡ଼ଗଡ଼ ଓ ପାଟପୁର ଥାନା ଅଧିକାରୀ ସହ ଆସିକା SDPO ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବାରାନିତ କରି ଥିଲେ। ଏହା ସହ ଆସିକା ଓ ଧରାକୋଟ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଏପଟେ ଯାତ୍ରୀ ମାନକୁ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାରେ ମଧ୍ୟ ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *