ଆମେରିକାରେ ଚମକିଲେ ଭାରତ ପୁଅ ନିରଜ ଚୋପ୍ରା ଓ ରୋହିତ ଯାଦବ , ଜିତିଲେ ରୋପ୍ୟ ପଦକ
1 min readନୂଆଦିଲ୍ଲୀ : ଭାରତକୁ ପୁଣି ଥରେ ଗୌରାବନିତ୍ୱ କଲେ ନିରଜ ଚୋପ୍ରା । ତେବେ ଦୀର୍ଘ ୧୯ ବର୍ଷ ପରେ ଭାତର ଦ୍ୱିତୀୟ ଥର ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍ରେ କୃତିତ୍ୱ ହାସଲ କରିଛି । ଆମେରିକାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ୍ରେ ଜାଭେଲିନ୍ ଥ୍ରୋର ଫାଇନାଲରେ ରୌପ୍ୟ ପଦକ ଜିତି ଐତିହ୍ୟ ସୃଷ୍ଟି କରିଛନ୍ତି ନିରଜ । ୮୮.୧୩ ମିଟର ଯାଏ ଜାଭେଲିନ ଫିଙ୍ଗି ସେ ବିଶ୍ୱରେ ଦ୍ୱିତୀୟ ସ୍ଥାନ ହାସିଲ କରିଛନ୍ତି ।
ତେବେ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା ଆଉ ଜଣେ ଭାରତୀୟ ରୋହିତ ଯାଦବ ୭୮.୭୨ ମିଟର ଯାଏ ଜାଭେଲିନ ଫିଙ୍ଗି ୧୦ ସ୍ଥାନ ହାସିଲ କରିଛନ୍ତି । ଭାରତ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବାର କଥା କାରଣ ଏହା ପୂର୍ବରୁ ୧୯ ବର୍ଷ ତଳେ ଅଞୁ ବବି ଜର୍ଜ ଭାରତ ପାଇଁ କୃତିତ୍ୱ ହାସଲ କରିଥିଲେ ।