Pratidin TV

Odisha's Digital News Platform

ମୁହଁ ଖୋଲିଲେ ବାବୁସାନ୍ : କହିଲେ ଆଉ ପ୍ରକୃତିଙ୍କ ସହ ସିନେମା କରିବି ନାହିଁ

1 min read

ଭୁବନେଶ୍ୱର : ଗତକାଲି ସତ୍ୟନଗର ଅଞ୍ଚଳରେ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଭିଡିଓ ଭାଇରାଲ ହେବାପରେ , ଏନେଇ ଉଭୟ ପକ୍ଷରୁ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି । ତେବେ ପ୍ରକୃତିଙ୍କ ବାପା ପ୍ରକୃତିଙ୍କ ଉପରେ କରାଯାଇଥିବା ଦୁର୍ବ୍ୟବହାର ସହିତ ମାଡର ଅଭିଯୋଗ କରିଥିଲେ । ଏହାପରେ ବାବୁଶାନ୍‌ଙ୍କ ପତ୍ନୀ ଶାଶୁ ଅପରାଜିତାଙ୍କ ସହିତ ଯାଇ ସେହି ଥାନାରେ ପ୍ରକୃତିଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ୨ ଟି ଯାକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଦେଇଛି ।
ଏହା ପରେ ଗତକାଲି ସନ୍ଧ୍ୟାରେ ସବୁ ମିଛର ପରର୍ଦାଫାସ୍ କରିଥିଲେ ତୃପ୍ତି ଗଣମାଧ୍ୟମ ସାମ୍ନାରେ । କହିଥିଲେ ଏସବୁ ଲକ୍‌ଡାଉନ୍‌ରୁ ହିଁ ଆରମ୍ଭ ହୋଇଥିଲା ।ବାବୁଶାନ ପ୍ରକୃତିଙ୍କୁ ଦେଖାକରିବାକୁ ଗୋଆ,ବମ୍ବେ ଇତ୍ୟାଦି ଜାଗାକୁ ଯାଉଥିଲେ । ସେଠାରେ ରହିବା ସହ ବାବୁ ସବୁ ଟଙ୍କା ଖର୍ଚ୍ଛ କରୁଥିଲେ ପ୍ରକୃତିଙ୍କ ପାଇଁ ,କିନ୍ତୁ ଆମ ମା ଛୁଆଙ୍କ ପାଇଁ କୌଣସି ପ୍ରକାରର କତ୍ତ୍‌ର୍ବ୍ୟ ତାଙ୍କୁ ଦେଖାଯାଉ ନଥିଲା । ଅନେକ ରାତିରେ ମଧ୍ୟ ସେ ଘରକୁ ଫେରନ୍ତିନି ଆଉ ଯେବେ ଫେରନ୍ତି ପୁରା ନିଶାରେ ଟୁଲ ଥାନ୍ତି । ଏସବୁ ପାଇଁ ପ୍ରକୃତିହିଁ ଦାୟି ।ବାବୁ ଆଗରୁ ଏମିତି ନଥିଲେ ।

ବାବୁଶାନ୍ ଓ ପ୍ରକୃତିଙ୍କୁ ଏହା ପୂର୍ବରୁ ୪ ଥର ଧରାପକାଇଥିଲେ ତୃପ୍ତି , କିନ୍ତୁ ପ୍ରତ୍ୟକ ଥର ସୁଧୁରିଯିବା ଭାବି କଥାକୁ ଧରି ବସିନଥିଲେ ସେ । ଏଥର ସବୁ କଥା ସୀମା ପାର କରିବାରୁ ବାଧ୍ୟ ହୋଇ ସେ ଏପରି ପଦକ୍ଷପ ନେଲେ । ତେବେ ଏହାପରେବି ଆଉ ଗୋଟେ ଚାନ୍ସ ଦେବାକୁ କହିଛନ୍ତି ତୃପ୍ତି ।

Advertisement


ତେବେ ଆଜି ସକାଳୁ ସକାଳୁ ବାବୁଶାନ୍‌ଙ୍କର ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି , ମୁଁ ଜାଣିଛି ମୋ ଭାଇରାଲ ଭିଡିଓ ଦେଖି ଆପଣମାନେ ଖୁସି ହେଉଥିବେ କିନ୍ତୁ ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳିବାକୁ। ମୋ ସହ ପ୍ରକୃତି ମିଶ୍ର ମଧ୍ୟ ଇନ୍ଭାଇଟେଡ୍ ହୋଇଥିଲେ। ମୁଁ ଏଠାକୁ ଆସିଥିଲି ମୋ ଫିଲ୍ମର ପ୍ରମୋସନ ପାଇଁ ଓ ତାଙ୍କ ସହ ଏକ ନୂଆ ଫିଲ୍ମର ଘୋଷଣା କରିବାକୁ। ମୁଁ ଜାଣିନଥିଲି ମୋ ଘରେ ଏତେ ଅସୁବିଧା ଚାଲିଛି। ଯଦି ଏତେ ଅସୁବିଧା ଅଛି, ତା’ହେଲେ ମୁଁ ସେ ଫିଲ୍ମଟି କରିବିନି ଓ ତାଙ୍କ (ପ୍ରକୃତି ମିଶ୍ରଙ୍କ) ସହ ମଧ୍ୟ ଆଉ ସିନେମା କରିବିନି। ଦରକାର ପଡ଼ିଲେ ଆଉ କୌଣସି ଅଭିନେତ୍ରୀଙ୍କ ସହ କାମ କରିବି ନାହିଁ। ଆଜି ସକାଳୁ ଏପରି ପ୍ରତିକ୍ରିୟା ରଖିଛନ୍ତି ବାବୁଶାନ୍ ।

Leave a Reply

Your email address will not be published. Required fields are marked *