Pratidin TV

Odisha's Digital News Platform

ମୋଦିଙ୍କ ଲାକ୍ଷାଦ୍ୱୀପ ଗସ୍ତ ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ୱୀପ, ଜାଣନ୍ତୁ କ’ଣ ରହିଛି କାରଣ?

1 min read

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଗସ୍ତ କରିଥିଲେ। ସେ ଲାକ୍ଷାଦ୍ୱୀପରେ ଉଠାଇଥିବା କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାପରେ ଏହି ଫଟୋ ଏବଂ ଲାକ୍ଷାଦ୍ୱୀପଙ୍କ ଆଲୋଚନା ଚାରିଆଡେ ଆରମ୍ଭ ହୋଇଯାଇଛି । ପର୍ଯ୍ୟଟନ ସ୍ଥଳ ଦୃଷ୍ଟିରୁ ମାଲଦ୍ୱୀପ ପ୍ରତିଦ୍ୱନ୍ଦ୍ୱୀ ଲାକ୍ଷାଦ୍ୱୀପଙ୍କ ବିଷୟରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଥିଲା । ଯଦି ଅଧିକ ପର୍ଯ୍ୟଟକ ଲାକ୍ଷାଦ୍ୱୀପକୁ ଆସନ୍ତି, ତେବେ ଏହା ମାଳଦ୍ୱୀପ ଉପରେ ସିଧାସଳଖ ପ୍ରଭାବ ପଡିବାର ସମ୍ଭାବନା ରହିଛି ।ମୋଦି ଲାକ୍ଷାଦ୍ୱୀପର ପ୍ରଶଂସା କରି କହିଥିଲେ ଏଠାକୁ ଆସି ଏହାର ପ୍ରକାୃତି ସୌନ୍ଦର୍ଯ୍ୟର ମଜା ଉଠାଇବାକୁ ଭାରତୀୟଙ୍କୁ କହିଥିଲେ । ତେବେ ଏହି ପୋଷ୍ଟ ପରେ ମାଳଦ୍ୱୀପ ନେତାଙ୍କ ଦ୍ୱାରା କରାଯାଇଲା ଏକ ପୋଷ୍ଟ। ଯାହାକୁ ଦେଖିବାକୁ ପରେ ଆରମ୍ଭ ହୋଇ ଯାଇଛି ବିବାଦ । ଏମିତିକ ବର୍ତ୍ତମାନ ସୋସିଆଲ ମିଡିଆ ଏକ୍ସ ହେଉ କି ଗୁଗୁଲ ସବୁଟି ଟ୍ରେଣ୍ଡ କରୁଛି ବୟକଟ ମାଳଦ୍ୱୀପ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତରେ ମାଳଦ୍ୱୀପର କିଛି ନେତାଙ୍କୁ ଚକିତ କରିଛି । ଶାସକ ପ୍ରଗତିଶୀଳ ପାର୍ଟି ଅଫ୍ ମାଳଦ୍ୱୀପ (ପିପିଏମ୍‌) ନେତା ଜାହିଦ୍ ରମିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଭାରତୀୟମାନଙ୍କୁ ପରିହାସ କରି ଏକ ପୋଷ୍ଟ କରିଛନ୍ତି । ଫଳସ୍ୱରୂପ, ସୋସିଆଲ ମିଡିଆରେ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ କରିବା ଆରମ୍ଭ କରିଛି ।

Advertisement

ସୂଚନାମୁତାବକ, ଜାନୁଆରୀ ୨ରେ ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପର କିଛି ଫଟୋ ସେୟାର କରିଥିଲେ । ଏକ୍ସ ବ୍ୟବହାରକାରୀ ସିହ୍ନା ଲାକ୍ଷାଦ୍ୱୀପ ସମୁଦ୍ର କୂଳରେ ବୁଲୁଥିବା ପିଏମ ମୋଦୀଙ୍କର ଏକ ଭିଡିଓ ପୋଷ୍ଟ କରିଛନ୍ତି । ସେ ଏହା ମଧ୍ୟ ଲେଖିଛନ୍ତି, “ଏହା ଏକ ବଡ ପଦକ୍ଷେପ! ମାଳଦ୍ୱୀପରେ ଚାଇନା ସରକାର ପାଇଁ ଏହା ଏକ ବଡ ଝଟକା । ଏହି ସୌନ୍ଦର୍ଯ୍ୟ ଲାକ୍ଷାଦ୍ୱୀପରେ ପର୍ଯ୍ୟଟନଙ୍କ ବୃଦ୍ଧି କରାଇବ ।

ଏହି ପୋଷ୍ଟ ସେୟାର ହେବା ପରେ ଯାହାର ଜବାବ ଦେଇଥିଲେ ଜାହିଦ ରାମିଜ । ସେ ଲେଖିଛନ୍ତି, “ଏହି ପଦକ୍ଷେପ ବହୁତ ଭଲ । କିନ୍ତୁ ଆମ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାର ଚିନ୍ତାଧାରା ବିଭ୍ରାନ୍ତିକର ଅଟେ । ସେମାନେ (ଭାରତୀୟ) ଆମେ ପ୍ରଦାନ କରୁଥିବା ସେବା କିପରି ଯୋଗାଇ ପାରିବେ? ସେମାନେ କିପରି ଏତେ ପରିଷ୍କାର ହୋଇପାରିବେ? ଏହା ସବୁଠୁ ବଡ ପତନ ହେବ ।

ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଅନେକ ଏକ୍ସ ବ୍ୟବହାରକାରୀ ଜାହିଦ ରମିଜଙ୍କୁ ଜାତିପ୍ରଥା ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଛନ୍ତି । ଅନେକ ଉପଭୋକ୍ତା ମଧ୍ୟ ନିଜର କ୍ରୋଧ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବୟକଟ୍ ମାଳଦ୍ୱୀପ ମଧ୍ୟ ଟ୍ରେଣ୍ଡ କରୁଛି ।

Leave a Reply

Your email address will not be published. Required fields are marked *