Pratidin TV

Odisha's Digital News Platform

ଘୋଷଣା ହେଲା ଟି-୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ , ଜାଣନ୍ତୁ କେବେ କାହା ସହିତ ଖେଲିବ ଭାରତ …

1 min read

ଚଳିତବର୍ଷ ଆରମ୍ଭ ହେବାକୁ ଯାଉଛି ଆଇସିସି ଟି୨୦ ବିଶ୍ୱକପ । ତେବେ ବିଶ୍ୱକପ ପାଇଁ ଜାରି ହୋଇସାରିଛି କାର୍ଯ୍ୟସୂଚୀ । ଟି୨୦ ବିଶ୍ୱକପ ୨୦୨୪ରେ ୫୫ଟି ମ୍ୟାଚ୍ ଖେଳାଯିବ । ଏହି ୫୫ ଟି ମ୍ୟାଚ ୱେଷ୍ଟଇଣ୍ଡିଜ ଏବଂ ୟୁଏସଏରେ ଆୟୋଜିତ ହେବ । ଟି-୨୦ ବିଶ୍ୱକପ ୨୦୨୪ର ପ୍ରଥମ ମ୍ୟାଚ ୟୁଏସଏ ଏବଂ କାନାଡା ମଧ୍ୟରେ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ । ସେହିପରି ୨୬ ଏବଂ ୨୭ ଜୁନରେ ସେମିଫାଇନାଲ ମ୍ୟାଚ ଏବଂ ୨୯ରେ ଜୁନରେ ଫାଇନାଲ ମ୍ୟାଚ ଖେଳାଯିବ । ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚ ପାଇଁ ରିଜର୍ଭ ଡେ ମଧ୍ୟ ରଖାଯାଇଛି । ଭାରତୀୟ ଟିମର ୩ଟି ଗ୍ରୁପ ମ୍ୟାଚ ନ୍ୟୁୟର୍କରେ ଅନୁଷ୍ଠିତ ହେବ । ସେହିପରି ଭାରତୀୟ ଟିମ୍ ପ୍ରଥମ ମ୍ୟାଚ ୫ ଜୁନ, ଦ୍ୱିତୀୟ ମ୍ୟାଚ ୯ ଜୁନ, ତୃତୀୟ ମ୍ୟାଚ ୧୨ରେ ଖେଳାଯିବ । ଶେଷ ଗ୍ରୁପ ମ୍ୟାଚ ୧୫ ଜୁନରେ କାନାଡା ବିପକ୍ଷରେ ଖେଳିବ ଟିମ୍ ।

Advertisement

ଜୁନ ୫ : ଭାରତ ବନାମ ଆୟରଲାଣ୍ଡ (ନ୍ୟୁୟର୍କ)
ଜୁନ ୯ : ଭାରତ ବନାମ ପାକିସ୍ତାନ (ନ୍ୟୁୟର୍କ)
ଜୁନ ୧୨ : ଭାରତ ବନାମ ୟୁଏସଏ (ନ୍ୟୁୟର୍କ)
ଜୁନ ୧୫ : ଭାରତ ବନାମ କାନାଡା (ଫ୍ଲୋରିଡା)

ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପରେ ୨୦ଟି ଦଳ ଭାଗ ନେଉଛନ୍ତି । ଏମାନଙ୍କୁ ୪ଟି ଗ୍ରୁପରେ ଭାଗ କରାଯାଇଛି । ପ୍ରତି ଗ୍ରୁପରେ ୫ଟି ଲେଖାଏ ଦଳ ରହିଛନ୍ତି । ଲିଗ ମ୍ୟାଚ୍ ପରେ ପ୍ରତି ଗ୍ରୁପରୁ ୨ଟି ଲେଖାଏଁ ଦଳ ଗ୍ରୁପ ୮ ପର୍ଯ୍ୟାୟକୁ ଯିବେ । ଯୋଗ୍ୟତା ଅର୍ଜନ କରିଥିବା ୮ ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯିବ । ପ୍ରତି ଗ୍ରୁପର ଟପ୍ ଦୁଇଟି ଲେଖାଏଁ ଦଳ ସେମି ଫାଇନାଲ ପର୍ଯ୍ୟାୟକୁ ଯିବେ । ଏହାପରେ ୨୯ ତାରିଖରେ ଦୁଇ ଶ୍ରେଷ୍ଠ ଟିମ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଗ୍ରୁପ ଏ : ଭାରତ, ପାକିସ୍ତାନ, ଆୟରଲାଣ୍ଡ, କାନାଡା, ୟୁଏସଏ
ଗ୍ରୁପ ବି : ଇଂଲଣ୍ଡ, ଅଷ୍ଟ୍ରେଲିଆ, ନାମ୍ବିଆ, ସ୍କଟଲାଣ୍ଡ, ଓମାନ
ଗ୍ରୁପ ସି : ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ, ଆଫଗାନିସ୍ତାନ, ୟୁଗାଣ୍ଡା, ପାପୁଆ ନ୍ୟୁ ଗିନି
ଗ୍ରୁପ ଡି : ସାଉଥ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ନେଦରଲାଣ୍ଡସ, ନେପାଳ

Leave a Reply

Your email address will not be published. Required fields are marked *