Pratidin TV

Odisha's Digital News Platform

ରାମ ଲଲାଙ୍କର ଅନନ୍ୟ ଭକ୍ତ , ୬୪ ବୟସରେ ୮ହଜାର କିମି ପଦଯାତ୍ରା କରିଉପହାର ଦେବେ ସ୍ୱର୍ଣ୍ଣ ପାଦୁକା …

1 min read

କଥାରେ ଅଛି ଭକ୍ତର ଭକ୍ତି ଆଉ ଶକ୍ତି ଆଗରେ ପଥର ବି ତରଳି ଯାଏ । ଅସମ୍ଭବ ବି ସମ୍ଭବ ହୋଇଯାଏ । କାରଣ ଆସ୍ଥା ଆଉ ବିଶ୍ୱାସରେ ରହିଛି ଏକ ଅଦଭୂତ ଶକ୍ତି । ଭକ୍ତ ଆଉ ଭଗବାନଙ୍କ ଭିତରେ ଯେତେବି ପ୍ରତିକୂଳ ପରିସ୍ଥିତି ଆସୁ ସେସବୁକୁ ପାର କରି ଭକ୍ତ ଭଗବାନଙ୍କ ପାଖରେ ପହଞ୍ଚି ଯାଏ । ଭକ୍ତର ଭକ୍ତି ଆଗରେ ସବୁ କିଛି ମୁଣ୍ଡ ନୁଆଁଏ । ଆଜି ସେମିତି ଜଣେ ଭକ୍ତ ସାମ୍ନାକୁ ଆସିଛି । ଯାହାର ପ୍ରଭୁ ଶ୍ରୀରମଙ୍କ ପ୍ରତି ଭକ୍ତି ଭାବକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି । ଏହି ଭକ୍ତଙ୍କର ନାମ ହେଉଛି ଶ୍ରୀନିବାସ ଶାସ୍ତ୍ରୀ । ଯିଏ ପ୍ରଭୁ ଶ୍ରୀରାମଙ୍କ ପାଇଁ ଦୁଇଟି ସୁନାର କଠଉକୁ ମୁଣ୍ଡରେ ମୁଣ୍ଡେଇ ଅଯୋଧ୍ୟା ଅଭିମୁଖେ ପଦଯାତ୍ରା କରୁଛନ୍ତି । ଯାହା ସୂଚନା ମିଳିଛି ଦୁଇଟି କଠଉର ମୂଲ୍ୟ ପାଖାପାଖି ୬୪ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ରାମ ମନ୍ଦିର ନିର୍ମାଣ ସମୟରେ ଶ୍ରୀନିବାସ ୫ଟି ରୂପା ଇଟା ମଧ୍ୟ ଦାନ କରିଥିଲେ । ସେ ରାମେଶ୍ୱରମ ରାସ୍ତାରେ ହାଇଦ୍ରାବାଦରୁ ଅଯୋଧ୍ୟା ଯାତ୍ରା କରୁଛନ୍ତି । ପ୍ରାୟ ୮ ହଜାର କିମି ପାଦରେ ଯାତ୍ରା କରିବେ ଶ୍ରୀନିବାସ । ସୂଚନାନୁଯାୟୀ ଶ୍ରୀନିବାସ ଶାସ୍ତ୍ରୀ ଜୁଲାଇ ୨୦ ତାରିଖରୁ ଅଯୋଧ୍ୟା ରାମ ମନ୍ଦିର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ଏହି ଯାତ୍ରା ସମୟରେ ଶ୍ରୀନିବାସ ଶାସ୍ତ୍ରୀ ଓଡ଼ିଶାର ପୁରୀ ଶ୍ରୀମନ୍ଦିର, ମହାରାଷ୍ଟ୍ରର ତ୍ରିମ୍ବାକ୍ ଏବଂ ଗୁଜୁରାଟର ଦ୍ୱାରକା ପରି ଧର୍ମାନୁଷ୍ଠାନ ପରିଦର୍ଶନ କରିବେ । ସେ ୧୫ ଜାନୁଆରୀରୁ ୧୭ ଜାନୁଆରୀ ମଧ୍ୟରେ ଅଯୋଧ୍ୟା ରାମ ମନ୍ଦିରରେ ପହଞ୍ଚିବାର ଲକ୍ଷ୍ୟ ରଖିଛନ୍ତି । ଶ୍ରୀନିବାସ ଏହି ଦୁଇଟି ପାଦୁକାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିବେ ।

Advertisement

ପୂର୍ବରୁ ଏହି ରାମ ଭକ୍ତ ଶ୍ରୀନିବାସ ଶାସ୍ତ୍ରୀଙ୍କ ପିତା ଅଯୋଧ୍ୟା କାର୍ଯ୍ୟ କରୁଥିଲେ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମିରେ ସେ କର୍ମ କରିଥିବାରୁ ଅତ୍ୟନ୍ତ ଖୁସି ଥିଲେ । କେବଳ ସେତିକି ନୁହେଁ ସେ ପ୍ରଭୁ ଶ୍ରୀରାମଙ୍କ ସମେତ ଭକ୍ତ ହନୁମାନଙ୍କୁ ମଧ୍ୟ ପୂଜା କରୁଥିଲେ । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଇଚ୍ଛା ମଧ୍ୟ ଶ୍ରୀନିବାସଙ୍କ ପିତାଙ୍କର ଥିଲା । ବର୍ତ୍ତମାନ ସ୍ଥିତିରେ ରାମ ମନ୍ଦିର ନିର୍ମାଣ ସ୍ୱପ୍ନ ପୂରଣ ହୋଇଥିବାରୁ ଶ୍ରୀନିବାସ ଶାସ୍ତ୍ରୀ ପ୍ରଭୁ ଶ୍ରୀରାମଙ୍କ ପାଇଁ ସୁବର୍ଣ୍ଣ ଚରଣ ପାଦୁକା ନେଉଛନ୍ତି । ତେବେ ସେ ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ଦେଖି ଅନେକ ଭକ୍ତ ମଧ୍ୟ ଗାଡି ଅଟକାଇ ଦେଉଛନ୍ତି, ତାଙ୍କର ଏହି ଅଗାଢ଼ ଭକ୍ତିକୁ ଦେ

Leave a Reply

Your email address will not be published. Required fields are marked *