Pratidin TV

Odisha's Digital News Platform

ବିବାହିତ ପୁଅ ସହ ଚାଲିଗଲା ଝିଅ , ଥାନା ଆଗରେ ଝିଅର ସୁଦ୍ଧିକ୍ରିୟା କରିଦେଲେ ବାପା ….

1 min read

ଭଦ୍ରକ ; ବଂଚିଥିବା ଝିଅକୁ ଶୁଦ୍ଧି ହେଲା ବାପ , ଏମିତି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ନିକଟସ୍ଥ ଚାନ୍ଦବାଲି ମୁଖଶାଳ ନିକଟରେ । ଅଭିଯୋଗରୁ ପ୍ରକାଶ ମତୋ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ନାଲଗୁଣ୍ଡା ପଂଚାୟତ ଇଟୁଆ ଗାଁର କାଳି ଚରଣ ପଣ୍ଡାଙ୍କ ଝିଅ ଶଶ୍ମିତା ପଣ୍ଡା ଘଂଟେଶ୍ଵର ଅଂଚଳରେ ଜଣେ ଯୁବକଙ୍କ ପ୍ରେମ କରୁଥିଲେ ।ବାପା ଏହାକୁ ବିରୋଧ କରିବାରୁ , ଝିଅ ନିଜ ପିତାଙ୍କ ନାମରେ ଚାନ୍ଦବାଲି ଥାନାରେ ଅଭିଯୋଗ କରିବାରୁ ଉଭୟ ଝିଅ ଓ ବାପାଙ୍କୁ ଥାନାକୁ ଡ଼କା ଯାଇଥିଲା । ହେଲେ ଝିଅ ପ୍ରେମ କରୁଥିବା ଯୁବକ ସହ ରହିବାକୁ ଜିଦ ଧରିବାରୁ ବାପା ଥାନା ପରିସରରେ ଥିବା ଚାନ୍ଦବାଲି ମୁଖଶାଳା ନିକଟରେ ଅଗ୍ନି ଜାଳି ନିଜ ବଂଚିଥିବା ଝିଅକୁ ଶୁଦ୍ଧି ହୋଇପଡିଥିଲା ।

କାରଣ ଝିଅ ବିବାହ କରିବାକୁ ଜିଦ୍ ଧରିଥିବା ପୁଅ ଆଗରୁ ବିବାହିତ ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ଝିଅର ବାପା । ସେ ପୂର୍ବରୁ ଝିଅ ମାନଙ୍କୁ ଜାଲରେ ଫସାଇ ୩ ଟି ବିବାହ କରିଥିବା ପ୍ରାକଶ କରିଛନ୍ତି ଝିଅର ବାପା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସମୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷ୍ୟ ପାଲଟିଯାଇଛି ।

Advertisement

Leave a Reply

Your email address will not be published. Required fields are marked *