Pratidin TV

Odisha's Digital News Platform

ମୋଦୀଙ୍କୁ ପ୍ରଶଂସାର ଶତମୁଖ ହେଲେ ବଲିଉଡ଼ ତାରକା , ଲାକ୍ଷାଦ୍ୱୀପ ଯିବାକୁ କଲେ ଜନତାଙ୍କୁ ନିବେଦନ…

1 min read

ମୋଦୀଙ୍କୁ ପ୍ରଶଂସାର ଶତମୁଖ ହେଲେ ଭାଇଜାନ । ପ୍ରଧାନମନ୍ତ୍ରୀ ମୋଦୀ ଲାକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ । ତାଙ୍କର ସେହି ଲାକ୍ଷାଦ୍ୱୀପ ଗସ୍ତର କିଛି ଫଟୋ ଶେୟାର ମଧ୍ୟ ସେୟାର କରିଥିଲେ । ପ୍ରଧାନମନ୍ତ୍ରୀ ଫଟୋ ସହିତ କ୍ୟାପସନରେ ଲାକ୍ଷାଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ । ଅନେକ ଲୋକ ମୋଦିଙ୍କ ଫଟୋକୁ ପ୍ରଶଂସା କରିଥିଲେ ଏବଂ ଏହି ଫଟୋ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା । ତେବେ ବର୍ତ୍ତମାନ ସଲମାନ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସଲମାନ ନିଜ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ଲାକ୍ଷାଦ୍ୱୀପର ସୁନ୍ଦର, ପରିଷ୍କାର ଏବଂ ଚମତ୍କାର ବେଳାଭୂମିରେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଖିବା ବହୁତ ଭଲ କଥାଏବଂ ସବୁଠାରୁ ଭଲ କଥା ହେଉଛି ଏହା ଆମ ଭାରତରେ ଅଛି ।

ସଲମାନ ଖାନଙ୍କ ବ୍ୟତୀତ ଅକ୍ଷୟ କୁମାର ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ତାସହିତ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଫଟୋ ସେୟାର କରି ପ୍ରଶଂସକମାନଙ୍କୁ ଲକ୍ଷ୍ମୀଦୀପ ପରିଦର୍ଶନ କରିବାକୁ ନିବେଦନ କରିଥିଲେ ।

ଜନଆବ୍ରାହମ ମଧ୍ୟ ନରେନ୍ଦ୍ରମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ପ୍ରଶଂସା କରିଛନ୍ତି ।


ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ମୀଦୀପ ଗସ୍ତ କରିଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀ ସେଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରମୋସନ କରିଥିଲେ । ତାଙ୍କ ଗସ୍ତ ସମୟରେ ପିଏମ ମୋଦୀ ସ୍ନୋର୍କେଲିଂ ଏବଂ ସମୁଦ୍ର କୂଳରେ ଆରାମ କରୁଥିବାର ଫଟୋ ନିଜ ସୋଶିଆଲ ମିଡିଆରେ ପୋଷ୍ଟ କରିଥିଲେ । ନରେନ୍ଦ୍ର ମୋଦୀଙ୍କର ସେହି ଫଟୋ ଭାଇରଲ ହେବା ପରେ ୰ଋଙ୍ଘକ୍ଟ୍ରକ୍ଷକ୍ଟକ୍ସର ଓଦ୍ଭୟସବଦ୍ଭଓଗ୍ଦକ୍ଷବଦ୍ଭୟଗ୍ଦ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କଲା । ଏହା ପରେ ବଲିଉଡର ତାରକାମାନେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *