ଚିଲିକା ମଝିରେ ଶୀତ ରାତିରେ ୪ଘଣ୍ଟା ଫସି ରହିଲେ କେନ୍ଦ୍ରମନ୍ତ୍ରୀ ରୁପାଲା
1 min readପୁରୀ ; ମଝି ଚିଲିକାରେ ୪ଘଣ୍ଟା ଫସିଲେ କେନ୍ଦ୍ର ମନ୍ତ୍ରୀ। କେନ୍ଦ୍ର ମତ୍ସ୍ୟ,ପଶୁ ଏବଂ ଗୋପାଳନ ବିଭାଗର ମନ୍ତ୍ରୀ ପରଶୋତ୍ତମ ରୁପାଲା ଏବଂ ତାଙ୍କ ପତ୍ନୀ ଙ୍କ ସହ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର ଏବଂ ମତ୍ସ୍ୟ,ପଶୁ ଏବଂ ଗୋପାଳନ ବିଭାଗର ଜଏଣ୍ଟ ସେକ୍ରେଟ୍ରାରୀଙ୍କ ଡଙ୍କା ମଝି ଚିଲିକାରେ ଫସିରହିଥିଲା । ଓଟିଡିସି ଡଙ୍ଗା ଚାଳକ ଙ୍କ ତୃଟିପୂଣ୍ଣ ଡଙ୍ଗା ଚାଳନା ପାଇଁ ଘଟିଛି ଏଭଳି ଅଘଟଣ।
ରାସ୍ତା ଭୁଲି ନଳବଣ ନିକଟ ଚିଲିକାରେ ମନ୍ତ୍ରୀ ଙ୍କ ଡଙ୍ଗା ରାତିରେ ୨ଘଣ୍ଟା ଚକର କାଟିଥିଲା। ବାଲୁଗାଁ ରୁ ଅପରାହ୍ନ ୪ଟାରେ ସଗର ପରିକ୍ରମ ସଭାସାରି ଚିଲିକାରେ ସାତପଡ଼ା ଆସୁଥିଲା ମନ୍ତ୍ରୀ ଙ୍କ ଡଙ୍ଗା। ଅରଖକୁଦା ଠାରେ ୩ଟାରେ ସାଗର ପରିକ୍ରମା କାର୍ଯ୍ୟକ୍ରମରେ ମତ୍ସ୍ୟଜୀବୀ ଙ୍କ ସହ ଆଲୋଚନା କରିଥାନ୍ତେ କେନ୍ଦ୍ର ମତ୍ସ୍ୟ,ପଶୁ ଏବଂ ଗୋପାଳନ ବିଭାଗୀୟ ମନ୍ତ୍ରୀ ପରଶୋତମ ରୁପାଲା। ହେଲେ ବିଳମ୍ବ ହେବା ପରେ ମନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ବରିଷ୍ଠ ଅଧିକାରୀ।
ମନ୍ତ୍ରୀଙ୍କ ଡଙ୍ଗା ଫସିଥିବା ଖବର ପାଇବା ପରେ ସାତପଡା ଠାରୁ ୨ଟି ଡଙ୍ଗା ନଳବଣ ନିକଟରେ ପହଁଞ୍ଚି ମନ୍ତ୍ରୀ ଙ୍କୁ ଉଧାର କରି ଫେରିଛି। ସୁରକ୍ଷୀତ ଭାବରେ ମନ୍ତ୍ରୀ ଙ୍କ ସହ ଅନ୍ୟମାନେ ସାତପଡା ନିକଟରେ ପହଁଞ୍ଚି ପୁରୀ ଅଭିମୁଖେ ଯାତ୍ରା କରୁଛନ୍ତି।