Pratidin TV

Odisha's Digital News Platform

ବାଲାଂଦେଶରେ ଶେଷ ହେଲା ନିର୍ବାଚନ , ପୁଣିଥରେ ବାଜିମାରିନେଲେ ଶେଖ ହସିନା….

1 min read

ବାଲାଂଦେଶରେ ଶେଷ ହୋଇଛି ନିର୍ବାଚନ । ପୁଣି ଥରେ ପ୍ରଧାନମନ୍ତ୍ରୀ ଗାଦିରେ ବସିବେ ଶେଖ ହସିନା । ବାଂଲାଦେଶ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ୍ ହସିନା ପୁଣିଥରେ କ୍ଷମତା ଦାଖଲ କରିବାକୁ ଯାଉଛନ୍ତି । ସାଧାରଣ ନିର୍ବାଚନରେ ବିପୁଳ ବିଜୟ କରି ପଞ୍ଚମଥର ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଯାଉଛନ୍ତି । ବରୋଧୀଦଳ ବିଏନପକୁ ହରାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛି ଆୱାମୀ ଲିଗ୍ । ୩୦୦ ଆସନ ବିଶିଷ୍ଟ ସଂସଦରେ ୨୯୯ଟି ସିଟ୍‌ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୨୦୦ ସିଟ୍ ରେ ଆୱାମୀ ଲିଗ୍ ଦଳ ବିଜୟୀ ହୋଇଛି । ଅନ୍ୟ ଏକ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ବ୍ୟକ୍ତି ମୃତ୍ୟୁ ହେବାରୁ ପରବର୍ତ୍ତୀ ସମୟରେ ସେଠାରେ ନିର୍ବାଚନ ହେବା ନେଇ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ୭୬ ବର୍ଷୀୟ ହସିନା ୨୪୯,୯୬୫ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବାଂଲାଦେଶ ସୁପ୍ରିମ ପାର୍ଟିର ମି ନିଜାମୁଦ୍ଦିନ ଲଶ୍କର ମାତ୍ର ୪୬୯ ଭୋଟ ପାଇଛନ୍ତି । ହସିନା ୨୦୦୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।

ବାଲାଂଦେଶରେ ନିର୍ବାଚନ ସମୟରେ ଭାରତକୁ ଭୁରି ଭୁରି ପ୍ରଶଂସା କରିଥିଲେ ଶେଖ ହସିନା । ୧୯୭୧ ମସିହା ଲିବରେସନ୍ ଯୁଦ୍ଧ ସମୟରେ ଭାରତ ପକ୍ଷରୁ ବାଂଲାଦେଶକୁ କରିଥିବା ସମର୍ଥନକୁ ମନେପକାଇଥିଲେ । ଏଥିସହ ୧୯୭୫ ରେ ଯେତେବେଳେ ସେ ପରିବାରର ସମସ୍ତଙ୍କୁ ହରାଇ ଥିଲେ ସେତେବେଳେ ଭାରତ ହିଁ ତାଙ୍କୁ ଆଶ୍ରୟ ଦେଇଥିବା କଥା କହିଥିଲେ ।

Advertisement

Leave a Reply

Your email address will not be published. Required fields are marked *