Pratidin TV

Odisha's Digital News Platform

ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ; ଆସିଲାନି ଆମ୍ବୁଲାନ୍ସ , ଟଲିରେ ପିଲା ଜନ୍ମ କଲେ ପ୍ରସୂତି….

1 min read

ପାରାଦ୍ୱୀପ ; ବନ୍ଦରନଗରୀ ପାରାଦ୍ୱୀପ ରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବା ର ବିକଳ ଚିତ୍ର । ମହିଳା ଙ୍କ ପ୍ରସବ ବେଦନା ହେବାରୁ ବାରମ୍ବାର ଆମ୍ବୁଲାନ୍ସ କୁ ଫୋନ କରି ବିଫଳ ହେବାପରେ ପ୍ରସୂତି ଙ୍କୁ ଟଲିରେ ଆଣି ଆସୁଥିବା ସମୟରେ ନୂଆବଜ଼ାର ରାଜରାସ୍ତା ରେ ମହିଳା ଙ୍କ ପ୍ରସୂତି କରାଯାଇଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି । ଏଭଳି ସିନ୍ କେବଳ ଫିଲ୍ମରେ ଦେଖାଯାଇଥିବା ବେଳେ ପାରାଦ୍ୱୀପ ସହରରେ ଏହାର ବସ୍ତବ ଚିତ୍ର ସାମ୍ନାକୁ ଆସିଛି ।

ଶିଳ୍ପସମୃଦ୍ଧ ପାରାଦ୍ୱୀପ ଅଞ୍ଚଳ ରେ ମହିଳା ଜଣକ ପିଲାଜନ୍ମ କରିବା ର ଏକଘଣ୍ଟା ପରେ ପାରାଦ୍ୱୀପ ବନ୍ଦର ହସ୍ପିଟାଲ ର ଆମ୍ବୁଲାନ୍ସ ପହଞ୍ଚି ମା ଓ ପିଲାକୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଣିଥିବା ବେଳେ ମା ଓ ପିଲା ଉଭୟ ସୁସ୍ଥ ରହିଥିବା ନେଇ ଡାକ୍ତର କହିଛନ୍ତି । ଘଟଣାଟି ଏମିତିକି ଆଜି ଭୋର ସମୟରେ ପାରାଦ୍ୱୀପ ମୁନିସିପାଲିଟି ଷଣ୍ଢକୁଦ ରେ ରହୁଥିବା ସରାଫତ ଖାଁ ଙ୍କ ପତ୍ନୀ ସଲାମୁନ ଖାତୁନ ଙ୍କ ପ୍ରସବ ବେଦନା ହେବାରୁ ୧୦୮ କୁ ଫୋନ କରିଥିଲେ । କିନ୍ତୁ ବାରମ୍ବାର ଆମ୍ବୁଲାନ୍ସ କୁ ଫୋନ କରି ବିଫଳ ହେବାପରେ ଟ୍ରଲି ସାହାଯ୍ୟରେ ମେଡିକାଲ ଆଣୁଥିବା ସମୟରେ ନୂଆବଜ଼ାର ଛକରେ ସଲାମୁନ ଙ୍କ ପ୍ରସବ ଯନ୍ତ୍ରଣା ଅସହ୍ୟ ହୋଇପଡିଥିଲା । ଫଳରେ ସ୍ଥାନୀୟ ମହିଳା ମାନେ ନିକଟରେ ଥିବା ଜଣେ ଆଶାକର୍ମୀ ଙ୍କୁ ଡ଼ାକିବା ସହିତ ଟଲି ରେ ଲୁଗାଢାଙ୍କି ମହିଳା ଙ୍କ ପ୍ରସବ କରାଇଥିଲେ ।

Advertisement

ଘଟଣା ସ୍ଥଳରେ ୧୮ ନମ୍ବର ୱାର୍ଡ ପାରିଷଦ କେ ଜଗନ୍ନାଥ ରାଓ ପହଞ୍ଚି ପାରାଦ୍ୱୀପ ବନ୍ଦର ହସ୍ପିଟାଲ କୁ ଫୋନ କରିବା ସହିତ ଆମ୍ବୁଲାନ୍ସ ପହଞ୍ଚି ଉଭୟ ମା ଓ ପିଲା କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲା । ପିଲା ଓ ମା ମେଡିକାଲ ରେ ପହଞ୍ଚିବା ପରେ ସଙ୍ଗେସଙ୍ଗେ ଉଭୟ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅନୁସଙ୍ଗିକ ଚିକିତ୍ସା କରିବା ପରେ ମା ଓ ପିଲା ଉଭୟ ସୁସ୍ଥ ଥିବା ନେଇ ଅଠରବାଙ୍କୀ ଗୋଷ୍ଠୀ କହିଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ଦେବବ୍ରତ ସାହୁ । ତେବେ ପାରାଦ୍ୱୀପ ଭଳି ଅଞ୍ଚଳ ରେ ଏଭଳି ଦୃଶ୍ୟ ସାଧାରଣ ରେ ଅଲୋଡ଼ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *