Pratidin TV

Odisha's Digital News Platform

ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସପ୍ରିମକୋର୍ଟଙ୍କ ଐତିହାସିକ ରାୟ , ପୁଣି ଜେଲ୍ ଯିବେ ୧୧ ଦୋଷୀ..

1 min read

ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ରାୟ । ବିଲ୍‌କିସ୍ ବାନୋ ମାମଲାରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ବିଲ୍‌କିସ୍ ବାନୋଙ୍କୁ ଗଣଦୁଷ୍କର୍ମ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା ମାମଲାରେ ସଜା କାଟୁଥିବା ୧୧ଜଣ ଦୋଷୀଙ୍କୁ ମୁକ୍ତ କରିଥିଲା ଗୁଜୁରାଟ ସରକାର । ସେପଟେ ୧୧ ଦୋଷୀଙ୍କ ମୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବିଲ୍‌କିସ୍ ବାନୋ । ଆଜି ଏହାର ରାୟ ଶୁଣାଇଛନ୍ତି ସପ୍ରିମକୋର୍ଟ । ଏଥି ସହିତ ଏହି ମାମଲାରେ ନିଷ୍ପତ୍ତି ନେବା ଗୁଜରାଟ ସରକାର କ୍ଷମତାର ଅପବ୍ୟବହାର ଥିଲା ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି ।ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଦୋଷୀମାନଙ୍କୁ ଏବେ ପୁଣି ଜେଲ ଯିବାକୁ ପଡ଼ିବ । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଯେଉଁଠାରେ ଅପରାଧୀଙ୍କୁ ବିଚାର କରାଯାଇ ଦଣ୍ଡିତ କରାଯାଇଛି, କେବଳ ଦୋଷୀଙ୍କୁ କ୍ଷମା କରିବାକୁ ସେହି ରାଜ୍ୟ ନିଷ୍ପତ୍ତି ନେଇପାରିବ । ସୁପ୍ରିମକୋର୍ଟ କହିଛନ୍ତି ଯେ ଗୁଜରାଟ ସରକାର ଦୋଷୀମାନଙ୍କ ଦଣ୍ଡାଦେଶ ଉପରେ ନିଷ୍ପତ୍ତି ନେଇପାରିବେ ନାହିଁ, ବରଂ ମହାରାଷ୍ଟ୍ର ସରକାର ଏହା ଉପରେ ନିଷ୍ପତ୍ତି ନେବେ । ଯଦିଓ ଗୁଜରାଟରେ ଏହି ଅପରାଧ ଘଟିଛି, ତଥାପି ଗୁଜରାଟ ସରକାରଙ୍କର ନିଷ୍ପତ୍ତି ନେବାକୁ ଅଧିକାର ନାହିଁ କାରଣ ମହାରାଷ୍ଟ୍ରରେ ଏହି ବିଚାର ଚାଲିଛି ବୋଲି ସର୍ବୋଚ୍ଚ ଅଦାଲତ କହିଛି ।


ସୂଚନାଯୋଗ୍ୟ ଗୁଜରାଟରେ ୨୦୦୨ରେ ହୋଇଥିବା ଦଙ୍ଗା ସମୟରେ କିଛି ଦୁର୍ବୃତ୍ତ ବିଲ୍‌କିସ୍ ବାନୋଙ୍କ ଘରେ ପଶି ୭ ଜଣଙ୍କୁ ହତ୍ୟା କରିଥିଲେ । ଏହି ସମୟରେ ବିଲ୍‌କିସ୍ ବାନୋଙ୍କ ସହ ଗଣଦୁଷ୍କର୍ମ କରାଯାଇଥିଲା । ଏହି ମାମଲାରେ ଦୋଷୀମାନଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ୨୦୦୮ରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ, ଯାହାକୁ ବମ୍ବେ ହାଇକୋର୍ଟ ମଧ୍ୟ ଅନୁମୋଦନ କରିଥିଲେ । ବିଲ୍‌କିସ୍ ବାନୋ ଗଣଦୁଷ୍କର୍ମ ମାମଲାର ଦୋଷୀ ୧୫ ବର୍ଷ ଜେଲ୍ ଦଣ୍ଡ ଭୋଗି ସାରିଛନ୍ତି । ଏହାପରେ ଅପରାଧୀମାନେ ଦଣ୍ଡ କୋହଳ ପାଇଁ ଅନୁରୋଧ କରିଥିଲେ । ଗୁଜରାଟ ସରକାର ତାଙ୍କ କ୍ଷମା ନୀତି ଆଧାରରେ ଏହି ୧୧ ଜଣ ଦୋଷୀଙ୍କୁ ଜେଲରୁ ମୁକ୍ତ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *