Pratidin TV

Odisha's Digital News Platform

5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ବଡ ଘୋଷଣା , ଖୁବଶୀଘ୍ର ବଢିବ ଏମାନଙ୍କ ଦରମା …

1 min read

ଭୁବନେଶ୍ୱର ; ଆଜି ନବରଙ୍ଗପୁର ଗ୍ରସ୍ତରେ ଯାଇ 5T ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଏକ ବଡ ଘୋଷଣା କରିଛନ୍ତି । ନୂଆ ଭେଟି ଦେଇ ହୃଦୟ ଜିଣୁଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।ଖୁବଶୀଘ୍ର ଆଶା ଓ ଅଙ୍ଗନବାଡ଼ି ଦିଦିଙ୍କ ଦରମା ବଢ଼ିବ । କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ବା ସହାୟିକା ଓ ପାଚିକାଙ୍କ ମଧ୍ୟ ଦରମା ବଢ଼ିବ। ତେବେ ଏହି ଖବର ଶୁଣିବା ପରେ ସାରା ରାଜ୍ୟରେ ଖୁସିର ଲହରି ଖେଳିଯାଇଛି । ଆଜି ନବରଙ୍ଗପୁର ଗସ୍ତ ସମୟରେ ଏଭଳି ସୂଚନା ଦେଇଛନ୍ତି ପାଣ୍ଡିଆନ ।

ଗସ୍ତରେ ଯାଇ 5T ଅଧ୍ୟକ୍ଷ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦରମା ବୃଦ୍ଧି ନେଇପଦକ୍ଷେପ ନେଉଛନ୍ତି । ଫେବୃୟାରୀ ମାସ ସୁଦ୍ଧା ଦରମା ବଢ଼ିବ ନେଇ ସୂଚନା ଦେଇଛନ୍ତି । ଦିବ୍ୟାଙ୍ଗ ଓ କଳାକାର ଭତ୍ତା ବି ବଢ଼ିବ । କିଛି ଦିନ ପୂର୍ବରୁ ବାଲେଶ୍ୱର ଗସ୍ତରେ ଯାଇ ବଡ଼ ଖବର ଦେଇଥିଲେ ପାଣ୍ଡିଆନ । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ତଥା ବିଧବାଙ୍କ ଭତ୍ତା ବଢ଼ିବା ନେଇ ସଙ୍କେତ ପରେ ଲୋକଙ୍କ ଖୁସି କହିଲେ ନସରେ।

ମଧୁବାବୁ ପେନସନ ଯୋଜନାରେ ଭତ୍ତା ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀ ଚିନ୍ତା କରୁଥିବା କହିଥିଲେ 5T ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ। ଆଉ ଏବେ ହିତାଧିକାରୀ କହିଛନ୍ତି ଯାହା ମିଳୁଛୁ ସେଥିରେ ଚଳିବା ଟିକେ କଷ୍ଟ ହେଉଥିଲା। ହେଲେ ଏବେ ଭତ୍ତା ବଢ଼ିଲେ କଷ୍ଟ ଲାଘବ ହେବ। ସରକାର ଭତ୍ତା ବୃଦ୍ଧି କରିବାକୁ ଚିନ୍ତା କରୁଥିବା ନେଇ 5T ଅଧ୍ୟକ୍ଷ କହିବା ପରେ ହିତାଧିକାରୀଙ୍କ ଭିତରେ ନୂଆ ଆଶା ସଞ୍ଚାର ହୋଇଛି। ମଧୁବାବୁ ପେନସନ ଯୋଜନାର ସମସ୍ତ ହିତାଧିକାରୀ ଅଧିକ ଟଙ୍କା ପାଇବାକୁ ଯାଉଛନ୍ତି।

Leave a Reply

Your email address will not be published. Required fields are marked *