ଏବେ ଭାଇ ଅରବାଜଙ୍କ ପରେ ସଲମାନ କରିବେ ବିବାହ ! ଜାଣନ୍ତୁ କେବେ ଆଉ କାହାକୁ କରିବେ ବିବାହ ?
1 min readଏବେ ହେବ ସବୁ ଅପେକ୍ଷାର ଅନ୍ତ । ବିବାହ କରିବେ କରିବେ ସଲମାନ । ବଲିଉଡ ଇଣ୍ଡଷ୍ଟ୍ରୀ ର ମୋଷ୍ଟ ଏଲିଜବଲ ବ୍ରେଚଲର ହେଉଛନ୍ତି ସଲମାନ । ସଲମାନ କଥା ଆସିଲେ ସବୁବେଳେ ସମସ୍ତଙ୍କ ମନରେ ଥାଏ ଗୋଟିଏ ପ୍ରଶ୍ନ । କେବେ ବିବାହ କରିବେ ସଲମାନ ? ତେବେ ସେହି ପ୍ରଶ୍ନ ଉତ୍ତର ନିଜେ ଦେଇଛନ୍ତି ସଲମାନ । କେବେ ଏବଂ କିଭଳି ଭାବରେ ସେ ବିବାହ କରିବେ, ସେ ନେଇ ଫ୍ୟାନ୍ସମାନଙ୍କୁ ସୂଚନା ଦେଇଛନ୍ତି ବଲିଉଡର ଭାଇଜାନ୍ । ଏବେ ଭାଇ ଅରବାଜଙ୍କ ପରେ ସଲମାନ ବି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଆଜି ୫୮ ବୟସରେ ବିବାହରେ ବାନ୍ଧି ହେବେ । ଯାହାକୁ ଆଜି ସାରା ଦେଶ ଅପେକ୍ଷା କରିଛି । ଟେଲିଭିଜନର ସୁପରହିଟ ରିଆଲିଟି ଶୋ’ରେ ସଲମାନ୍ ନିଜ ବିବାହକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ‘ବିଗ ବସ’ର ୱିକେଣ୍ଡ ୱାର ଏପିସୋଡରେ ଏଣ୍ଟ୍ରି କରିଥିଲେ ବଲିଉଡ ସୁନ୍ଦରୀ ତବୁ । ବଲିଉଡ ଦୁନିଆରେ ତବୁ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ତେବେ ଏହି ଏପିସୋଡରେ ଉଭୟ ଖୁବ ମଜା-ମସ୍ତି କରିଥଲେ । ଏହାଭିତରେ ଉଭୟ ନିଜ ବିବାହକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା କରିଥିବା ଦେଖାଯାଇଛି । ଶୋ’ରେ ଉଭୟଙ୍କ ମଜା-ମସ୍ତି ଲୋକଙ୍କୁ ଖୁବ ପସନ୍ଦ ଆସିଛି । ଏହି ସମୟରେ ସଲମାନ କହିଥିଲେ ଯେ, ଅଙ୍କିତା ଏବଂ ଭିକ୍କି ଅନେକ ଥର ବିବାହ କରି ସାରିଛନ୍ତି, ଶୋ’ ଆରମ୍ଭରୁ ହିଁ ସେମାନେ ଥରେ ବିବାହ କରିଥିଲେ । ଏଥିରେ ତବୁ ମଜାକିଆ ଅନ୍ଦାଜରେ କହିଛନ୍ତି ଯେ, ସଲମାନ ଆଉ ମୁଁ ବିବାହ କରୁନୁ, ତେଣୁ ଆମ ଭାଗର ବିବାହ ଅନ୍ୟମାନଙ୍କ ଦ୍ୱାରା କରାଉଛୁ । ଏହପରେ ସଲମାନ ମଧ୍ୟ ଏହାକୁ ନେଇ ମଜାଦାର ଅନ୍ଦାଜରେ ଉତ୍ତର ଦେଇଥିଲେ । ଉଭୟଙ୍କ ବିବାହକୁ ନେଇ ସଲମାନ କହିଛନ୍ତି ଯେ, ଆମେ ହ୍ୱିଲ ଚେୟାରରେ ବିବାହ କରିବୁ… ଆଉ ତା’ ପରେ ସିଧା ମଶାଣୀକୁ ଚାଲିଯିବୁ । ବିବାହକୁ ନେଇ ସଲମାନଙ୍କ ଏହି ଜବାବ ଶୁଣି ସେଟ୍ ରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଅତିଥି ହସି ହସି ବେଦମ ହୋଇ ଯାଇଥିଲେ । ଏବେବି ଫ୍ୟାନ୍ସ ମାନଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ , କେବେ ବିବାହ କରିବେ ଭାଇଜାନ ?