Pratidin TV

Odisha's Digital News Platform

ଆଜି ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ , ହେଲେ ଖେଳିବେ ନାହିଁ କୋହଲି …

1 min read

ନୂଆଦିଲ୍ଲୀ ; ଆଜି ଘରୋଇ ମାଟିରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବ ଭାରତ । ଆଜି ରାତି ୭ ଟାରେ ଖେଳାଯିବ ଏହି ରୋମାଞ୍ଚକର ମ୍ୟାଚ୍ । କିନ୍ତୁ ଏହି ମ୍ୟାଚ୍ ଆରମ୍ଭ ପୂର୍ବରୁ ହିଁ ଭାରତକୁ ବଡ ଝଟ୍‌କା ଲାଗିଛି । ମୋହାଲିରେ ପ୍ରଥମ ଟି-ଟ୍ୱେଣ୍ଟି ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ନିଶ୍ଚିତ କରିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ବିରାଟ କୋହଲି ଖେଳରୁ ବାଦ ପଡିଛନ୍ତି କିନ୍ତୁ ଇନ୍ଦୋର ଏବଂ ବାଙ୍ଗାଲୋରରେ ଶେଷ ଦୁଇଟି ମ୍ୟାଚ୍ ପାଇଁ ଉପଲବ୍ଧ ହେବେ।

ତେବେ ବିରାଟଙ୍କ ଅନୁପସ୍ତିତିରେ କିଏ ହେବେ ରୋହିତଙ୍କ ସହଯୋଗୀ । ପଡିଆରେ ରୋହିତ ସହ କିଏ କରିବ ଓପନିଂ । ଗିଲ୍ ଓ ଜୈସୱାଲଙ୍କ ଭିତରେ କିଏ ଧରିବ ପଙ୍ଗ । କୋଚ୍ ଦ୍ରାବିଡିଙ୍କ ମତରେ ଓପନିଂ କରିବେ ରୋହିତ ଶର୍ମା ଏବଂ ଜୈସବାଲ। ଯଦିଗିଲ୍ ଖେଳନ୍ତି ତେବେ ସେ ୩ୟ ସ୍ତାନରେ ହିଁ ଖେଳିବେ । ଏହା ପଛକୁ ତିଲକ ବର୍ମା ଓ ସଞ୍ଜୁ ସାମସନ୍ ଖେଳିପାରନ୍ତି ।

Advertisement

ସେହିଭଳି ରିଙ୍କୁ ସିଂ ଏବଂ ଜିତେଶ ଶର୍ମା ଫିନିସର ଭାବେ ଦାୟିତ୍ୱ ତୁଲାଇପାରନ୍ତି । ପେସ୍ ବୋଲିଂରେ ଭାର ଅର୍ଶଦୀପ ସିଂହ , ମୁକେଶ କୁମାର ଓ ଅଭେଶ ଖାନ୍ ସମ୍ଭାଳିପାରନ୍ତି । ବାକି ସ୍ପିନ୍ ଭାର ଅକ୍ଷର ପଟେଲ ଓ କୁଳଦୀପ ଯାଦବ ସମ୍ଭାଳିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *