Pratidin TV

Odisha's Digital News Platform

ଗାଁକୁ ନାହିଁ ରାସ୍ତା ; ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ, ଜଙ୍ଗଲରେ ଜନ୍ମହେଲା ଶିଶୁ …..

ରାୟଗଡା ; ଗାଁକୁ ପକ୍କା ରାସ୍ତା ନ ଥିବାହେତୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ପ୍ରାୟ ତିନି କିମି ଷ୍ଟ୍ରେଚେର ରେ ବୁହାହୋଇ ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ ବାଟରେ ଅସୁରକ୍ଷିତ ଭାବେ ପ୍ରସବ କରାଇବାକୁ ପଡିଛି । ଏଭଳି ଅଭାବନୀୟ ଘଟଣା ନିରନ୍ତର ଦେଖିବାକୁ ମିଳୁଅଛି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ପାର୍ସେଲି ପଞ୍ଚାୟତ ଫାକେରି ଗ୍ରାମରେ ।

ମିଶ୍ର ଶିକକା ଙ୍କ ପତ୍ନୀ ହୁଣ୍ଡାଇ ଶିକକା ଙ୍କ ଆଜି ସକାଳେ ପ୍ରସବ ବେଦନା ଆରମ୍ଭ ହେଇଥିଲା ଏହା ପରେ ସ୍ଵାମୀ, ମିଶ୍ର ଶିକକା ୧୦୮ ଆମ୍ବୁଲାନ୍ସକୁ ଯୋଗାଯାଗ କରିଥିଲେ। ଖବର ପାଇବା ମାତ୍ରେ କଲ୍ୟାଣସିଂହପୁରରେ ଥିବା ୧୦୮ ଆମ୍ବୁଲାନ୍ସ ଫାକେରି ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ଆମ୍ବୁଲାନ୍ସଟି ନିରଗୁଣ୍ଡି ଠାରେ ଅଟକି ଯାଇଥିଲା । ସେଠାରୁ ସଡକ ନଥିବା ଫଳରେ ପ୍ରାୟ ତିନି କିମି ୧୦୮ ଡ୍ରାଇଭର ସହ ଫାର୍ମାସିଷ୍ଟ ଦୁର୍ଗା ପ୍ରସାଦ ଜେନା ,ଚାଲିଚାଲି ଫାକେରି ଗ୍ରାମ ଅଭିମୁଖେ ବାହାରିଥିଲେ । ଗାଁ ରେ ପହଁଚିବା ବେଳକୁ ହୁଣ୍ଡାଇ ଶିକକା ପ୍ରସବ ବେଦନା ରେ ଛଟପଟ ହେଉଥିବା ଦେଖି ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ସହ ଫାର୍ମାସିଷ୍ଟ ଗର୍ଭବତି ମହିଳାଙ୍କ ସ୍ୱାମୀ ସହିତ ଷ୍ଟ୍ରେଚେର ରେ ବୋହି ପାହାଡ଼ ଅତିକ୍ରମ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ତିନି କିମି ଚାଲି ଚାଲି ଆଣୁଥିବା ଅବସ୍ଥା ରେ ବାଟରେ ଭିଷଣ ପ୍ରସବ ବେଦନା ଆରମ୍ଭ ହୋଇଯାଇଥିଲା । ଫଳରେ ବାଟରେ ତାଙ୍କୁ ଅସୁରକ୍ଷିତ ଭାବେ ପ୍ରସବ ହେବାକୁ ପଡିଥିଲା । ପରବର୍ତ୍ତୀ ସମୟରେ ସେଭଳି ଅବସ୍ଥା ହିଁ ହୁଣ୍ଡାଇ ଶିକକାଙ୍କୁ ୧୦୮ ଆମ୍ବୁଲାନ୍ସ ରେ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ନବଜାତ ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠେଇ ଥିବା ଜଣା ପଡ଼ିଛି।

୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ କାର୍ଯ୍ୟରେ ଅଞ୍ଚଳ ବାସୀ ପ୍ରତି ଦେବଦୂତସାଜି ଲୋକଙ୍କର ନିରନ୍ତର ଭାବେ ସେବା କରିଆସୁଛନ୍ତି। ଏଭଳି ମାନବିକତାର ପରିଚୟ ଦେଉଥିବାରୁ ତାଙ୍କୁ ବିଭିନ୍ନ ସମୟରେ ପୁରସ୍କୃତ ହେବାସହ ଏପରି ମଙ୍ଗଳ କାମ ପାଇଁ ପ୍ରସଙ୍ଗସା ର ପାତ୍ର ହେଇପାରିଛନ୍ତି ।ଦୁର୍ଗମ ଅଞ୍ଚଳବାସୀଙ୍କୁ ସ୍ବାସ୍ଥ୍ୟସେବା ଓ ପକା ସଡକ ନିର୍ମାଣ ପାଇଁ ପ୍ରଶାସନ ଙ୍କୁ ଦୃଷ୍ଟି ଦେବାକୁ ଅଞ୍ଚଳ ବୁଦ୍ଧିଜୀବୀ ମହଲରେ ଦାବିହୋଇଛି।

Leave a Reply

Your email address will not be published. Required fields are marked *