Pratidin TV

Odisha's Digital News Platform

ରାଷ୍ଟ୍ରପତିଙ୍କୁ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବାପାଇଁ ନିମନ୍ତ୍ରଣ ପତ୍ର।

1 min read

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାମ ମନ୍ଦିର ଟ୍ରଷ୍ଟ ତରଫରୁ ଜଣେ ପ୍ରତିନିଧୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ।ଏବଂଜାନୁଆରୀ ୨୨ରେ ଅଯୋଧ୍ୟାରେ ଅନୁଷ୍ଠିତ ପ୍ରାଣ ପ୍ରତିଷ୍ଠି ସମାରୋହରେ ଯୋଗଦେବାକୁ ଆନୁଷ୍ଠାନିକ ଭାବେ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରତିନିଧୀ ଦଳରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କାର୍ଯ୍ୟରତ ସଭାପତି ଆଲୋକ କୁମାର, ରାଷ୍ଟ୍ରିୟ ସ୍ଵୟଂ ସେବକ ସଂଘ ସଂଗଠନ (ଆରଏସଏସ) ନେତା ରାମଲାଲ ଏବଂ ରାମ ମନ୍ଦିରର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ।

ଭିଏଚପି ମୁଖପାତ୍ର ବିନୋଦ ବନସାଲ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି, “ଆଜି ଭାରତର ରାଷ୍ଟ୍ରପତି ତାଙ୍କ ମାନ୍ୟବର ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ୨୨ ଜାନୁଆରୀରେ ଶ୍ରୀ ରାମ ମନ୍ଦିରର ସମାରୋହ ପାଇଁ ନିମନ୍ତ୍ରଣ କରାଯାଇଥିଲା। ସୋସିଆଲ ମିଡିଆରେ ଏକ ଚିତ୍ର ମଧ୍ୟ ପୋଷ୍ଟ କରାଯାଇଥିଲା। ବନସଲ କହିଛନ୍ତି, “ସେ (ରାଷ୍ଟ୍ରପତି) ଏହା ଉପରେ ବହୁତ ଖୁସି ବ୍ୟକ୍ତ କରିଛନ୍ତି ଏବଂ କହିଛନ୍ତି ଯେ ସେ ଖୁବ ଶୀଘ୍ର ଅଯୋଧ୍ୟାକୁ ଯିବାକୁ ନିଷ୍ପତ୍ତି ନେବେ।”

Advertisement

Leave a Reply

Your email address will not be published. Required fields are marked *