Pratidin TV

Odisha's Digital News Platform

ଝାରସୁଗୁଡ଼ାରେ ବାଘ ଆତଙ୍କ, ଲୋକେ ଭୟଭୀତ ।

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ବିଭିନ୍ନ ଗ୍ରାମରେ ଦେଖାଦେଇଛି ବାଘ ଆତଙ୍କ । ଜାମବେର୍ଣା ଗ୍ରାମରେ କଳରାପତରିଆର ପାଦ ଚିହ୍ନ ଦେଖିବାକୁ ମିଳିଥିବାବେଳେ ପିକୋଲ ଅଂଚଳରେ ଛେଳି ମାରି ଖାଇଛି କଳରାପତରିଆ । କଳରାପତରିଆଟି ବେହେରାମାଲ, ଯାମବେର୍ଣା, ରେମଣ୍ଡା, ଢୋଲବାହାଲ, ଯମୁନା, ବାଲିକୁଦଲି, ଅଁଳାଝରନ ଆଦି ଅଂଚଳରେ ବୁଲାବୁଲି କରୁଥିବାର ସୂଚନା ମିଳିଛି । ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ ନଯିବାସହ ଗୃହପାଳିତ ପଶୁଙ୍କୁ ମଧ୍ୟ ନଛାଡିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।

ଅନ୍ୟପଟେ ଗତ ଡିସେମ୍ବର ୧୪ ତାରିଖରେ ପିକୋଲ ଜଙ୍ଗଲରେ ଏକ କଳରାପତରିଆ ବାଘ ଦେଖା ଦେଇଥିଲା । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଳରାପତରିଆ ଫଟୋ କଏଦ ହୋଇଥିଲା । ତେବେ ପିକୋଲ ଅଂଚଳରେ ବୁଲୁଥିବା କଳରାପତରିଆ ଟି ଏବେ ଜାମବେର୍ଣ୍ଣା ଅଂଚଳକୁ ଆସିଛି ନା ଏହା ଅନ୍ୟଏକ କଳରାପତରିଆ ତାହା ବନ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନଥିବାବେଳେ ଲଖନପୁର ବ୍ଲକରେ ଲୋକେ ଭୟଭୀତ ଅଛନ୍ତି ।

Leave a Reply

Your email address will not be published. Required fields are marked *