Pratidin TV

Odisha's Digital News Platform

କଣାସରେ ହାତୀ ଆତଙ୍କ ; ଚାଷୀଙ୍କ ନିଦ ହଜାଇଲେଣି ୨୨ ଟିକିଆ ହାତୀ ପଲ ……

ପୁରୀ ; କଣାସ ରେ ହାତି ଉପଦ୍ରବ। ଖାଇ ଫୋପାଡି ନଷ୍ଟ କଲେ ଦୁଇଶହ ବସ୍ତା ଧାନ । ଆଖୁ କିଆରି ବି ନଷ୍ଟ କଲେ । କଣାସ ବ୍ଲକ ରେ ହାତୀ ଉପଦ୍ରବ ଥମିବାର ନାଆଁ ଧରୁନି । ପ୍ରାୟ ଗୋଟେ ସପ୍ତାହ ହେଲାଣି ସେମାନେ ଚାଷୀଙ୍କ ନିଦ ହଜେଇ ଦେଲେଣି ଗୋଟେ କି ଦୁଇ ଟା ନୁହଁ ଏକା ସାଙ୍ଗରେ ୨୦/୨୨ ହାତୀ । ଜମି ଓ ଖଳାରେ ପଶି ଧାନ ଖାଇଯାଉଛନ୍ତି । ଦିନବେଳେ ଜଙ୍ଗଲକୁ ଚାଲି ଯାଉଛନ୍ତି ରାତିରେ ଜମି ଓ ଖଳା ମୁହଁ ହେଉଛନ୍ତି । ଗଡଖରଡ ଓ ଦେଇପୁର ପଞ୍ଚାୟତ ରେ ତାଣ୍ଡବ ରଚିବ ପରେ ଏବେ ଦୋକନ୍ଦା ପଞ୍ଚାୟତର ତେନ୍ତୁଳିମୂଳ ଗାଆଁରେ ପଶି ଦୁଇ ଶହ ବସ୍ତା ଅମଳ ଧନ ଖଳାରୁ ଖାଇ ଯାଇଛନ୍ତି । ଯାହା ଖାଇଛନ୍ତି ତାଠୁ ଅଧିକ କୁଦି ଚକଟି ନଷ୍ଟ କରୁଛନ୍ତି । ଧାନଗଦା ବି ଖାଇବା ସହ ଆଖୁ କିଆରିରେ ପଶି ନଷ୍ଟ ଭ୍ରଷ୍ଟ କରିଛନ୍ତି।

ଧାର କରଜ କରି ଅମଳ କରିଥିବା ବର୍ଷକର ଖାଦ୍ୟକୁ ହରାଇ ଚାଷୀ ଏବେ ମୁଣ୍ଡରେ ହାତ ଦେଇ କାନ୍ଦୁଛନ୍ତି । ରବିବାର ରାତିରେ ତେନ୍ତୁଳିମୂଳ ଗ୍ରାମର ଚାଷୀ ରୋହିତ ଛୋଟରାୟଙ୍କର ଜମିରେ ଥିବା ଖଳାରୁ ୮୦ ବସ୍ତା ପ୍ରସନ ବଳିଆରସିଂହ ଙ୍କର ୬୦ ବସ୍ତା ହରି ବଳିଆରସିଂହ ଙ୍କ ୧୦ ବସ୍ତା ତୋଫାନ ଶ୍ରୀଚନ୍ଦନ ଙ୍କ ୨୫ ବସ୍ତା ମଧୁ ଛୋଟରାୟଙ୍କ ୧୨ ବସ୍ତା ଧାନ ଖାଇ ଫୋପାଡି ନଷ୍ଟ କରିବା ସହ ପହଲୀ ପ୍ରଧାନ ଙ୍କର ଧାନ ଓ କଦଳିବାରି ନଷ୍ଟ କରିଛନ୍ତି । ତୋଫାନ ପ୍ରଧାନ ଙ୍କ ଆଖୁ କିଆରୀ ମଧ୍ୟ ନଷ୍ଟ କରିଛନ୍ତି। ବନ ବିଭାଗ କର୍ମ ଚାରି ହାତୀ ପଲଙ୍କୁ ଘଉଡାଇ ପାରୁନଥିବା ଅଭିଯୋଗ କରୁଛନ୍ତି ଚାଷୀ ।

ସେପଟେ ଡେଲାଙ୍ଗ ବାନାଞ୍ଚାଳ ରେଞ୍ଜର ତପନ ଦଳାଇ କୁହନ୍ତି ହାତୀ ପଲକୁ ଘଉଡାଇବା ପାଇଁ ଆମେ ସାଇରନ ଓ ଟର୍ଚ ଲାଇଟ୍ ବ୍ୟବହାର କରୁଛୁ ।ସେମାନଙ୍କୁ ଉତ୍ତେଜିତ କଲେ ସେମାନେ ଭୟଙ୍କର ହୋଇପଡିବେ ।ଅଧିକ ନଷ୍ଟ କରିବେ । କ୍ଷତିଗ୍ରସ୍ତ ଙ୍କୁ ସହାୟତା ଦିଆଯିବ । ଏବେ ହାତୀ ପାଲା ଚିତ୍ର କୁଟ ଓ ରାମେଶ୍ବର ମୁଣ୍ଡିଆରେ ରହୁଛନ୍ତି ।ତେଣୁ ଆଉଥରେ ରାତିରେ ଆସି ଧାନ ନଷ୍ଟ କରିବା ଆଶଙ୍କାରେ ରହିଛନ୍ତି ଚାଷୀ । କ୍ଷତିଗ୍ରସ୍ତଙ୍କୁ ମିଳୁଥିବା ସହାୟତା ସମୁଦ୍ରକୁ ସଂଖେଭଳି ।ଚାଷୀଙ୍କୁ ଅଧିକ ସହାୟତାଦେବାକୁ ସରପଞ୍ଚ ଈଶ୍ୱର ହରିଚନ୍ଦନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *