Pratidin TV

Odisha's Digital News Platform

ଆଜି ଭାରତ-ଆଫଗାନିସ୍ତାନ ଶେଷ ଲଢେଇ ।

1 min read

ନୂଆଦିଲ୍ଲୀ ; ଭାରତ ବନାମ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଶେଷ ମ୍ୟାଚ୍ ଆଜି ବେଙ୍ଗାଲୁରୁର M.Cinnaswamy ଷ୍ଟାଡିୟମରେ ଖେଳାଯିବ । ଟିମ୍ ଇଣ୍ଡିଆ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଛି, କିନ୍ତୁ ଆଜି ଆଖି ଆଫଗାନିସ୍ତାନ ବିପକ୍ଷରେ ସ୍ୱଚ୍ଛତା ଉପରେ ରହିବ। ଟିମ୍ ଇଣ୍ଡିଆ ବିଷୟରେ କହିବାକୁ ଗଲେ ଏହା ଆଗାମୀ ଟି -୨୦ ବିଶ୍ୱକପ୍ ୨୦୨୪ (T20 WC 2024) ପୂର୍ବରୁ ଶେଷ ଟି -୨୦ ମ୍ୟାଚ୍ ହେବ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଏହି ସିରିଜକୁ ଏକ ବିଜୟ ସହିତ ଶେଷ କରିବାକୁ ଚାହୁଁଛି ।

ବିଶ୍ୱକପକୁ ଆଉ ୫ ମାସ ସମୟ ବାକି ରହିଛି । କିନ୍ତୁ ଏହି ସିରିଜ ପରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ୱ ବହନ କରୁଛି । ଶେଷ ମ୍ୟାଚରେ ସଞ୍ଜୁ ସାମସନ, କୁଳଦୀପ ଯାଦବ ଓ ଅବେଶ ଖାନଙ୍କ ମଧ୍ୟରୁ ଜଣକୁ ଖେଳାଇପାରନ୍ତି ରୋହିତ । ସେହିପରି ଗତ ମ୍ୟାଚରେ ୨୦୦ ଟି-୨୦ ୱିକେଟ ପୂରଣ କରିଥିବା ଅକ୍ଷର ପଟେଲଙ୍କୁ ମଧ୍ୟ ଶେଷ ମ୍ୟାଚରେ ସୁଯୋଗ ମିଳିପାରେ ।

Advertisement

ଅନ୍ୟପଟେ ଆଉ ସପ୍ତାହେ ପରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ତେଣୁ ଟେଷ୍ଟ ଦଳରେ ସ୍ଥାନ ପାଇଥିବା ଖେଳାଳିମାନଙ୍କ ଫୋକସ୍ ଏବେ ଉକ୍ତ ସିରିଜ୍ ଉପରେ ରହିଛି । ରୋହିତ ଶର୍ମା , ବିରାଟ କୋହଲି ,ଯଶସ୍ୱୀ ଜୈସଓାଲ , ଶୁଭମନ ଗିଲ୍ , ଅକ୍ଷର ପଟେଲ , କୁଲଦୀପ ଯାଦବ ପ୍ରମୁଖ ଟେଷ୍ଟ ସିରିଜ୍ ପାଇଁ ରଣ କୌଶଳ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ମାତ୍ର ଅନ୍ୟ ଯୁବ ଖେଳାଳିମାନଙ୍କ ଟାର୍ଗେଟ ଟି୨୦ ବିଶ୍ୱକପ୍ ଉପରେ ରହିଛି । ଏହି ସିରିଜ୍ ଜରିଆରେ ଶିବମ ଦୁବେ ,ରିଙ୍କୁ ସିଂ ,ଜିତେଶ ଶର୍ମା ପ୍ରମୁଖ ଆଗାମୀ ବିଶ୍ୱକପ୍ ପାଇଁ ଦାବିଦାର ରୂପେ ଉଭା ହୋଇଛନ୍ତି । ତେବେ ଆଜି ମଧ୍ୟ ଏମାନେ ନିଜ ସୁଯୋଗର ସଦୁପେଯାଗ କରିବାକୁ ପ୍ରସ୍‌ୁତ ରହିଛନ୍ତି ।

ସେହିଭଳି ଆଫଗାନିସ୍ତାନ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ଭାରତ ଶକ୍‌ତିଶାଳୀ ପ୍ରତିଦ୍ୱନ୍ଦି ରୂପେ ଛିଡା ହୋଇଛି । ଦଳରେ ରସିଦ୍ ଖାନଙ୍କ ଶୂନ୍ୟସ୍ଥାନ ପୂରଣ ହେବା ଅସମ୍ଭବ । ତଥାପି ମୁଜିବ ,ନୂର ଓ ନବି ଚତ୍ମକାର ସ୍ପିନ ବୋଲିଂ କରୁଛନ୍ତି । ବାକି କାର୍ଯ୍ୟ ବ୍ୟାଟିଂ ବିଭାଗ ଉପରେ ନିର୍ଭର କରେ ।

Leave a Reply

Your email address will not be published. Required fields are marked *