Pratidin TV

Odisha's Digital News Platform

ଟ୍ୱିଙ୍କିଲଙ୍କୁ ‘ସୁପର ଓମେନ୍’ କହିଲେ ଅକ୍ଷୟ , ୫୦ ବର୍ଷରେ ପୂରଣ କଲେ ନିଜ ସ୍ୱପ୍ନ …..

1 min read

ମୁମ୍ବାଇ ; ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନ୍ନା ନିଶ୍ଚିତ ଭାବରେ ବଲିଉଡର ସବୁଠାରୁ ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ପ୍ରେମ ଏବଂ ପ୍ରଶଂସା ସହିତ ପରସ୍ପରକୁ ପ୍ରେରିତ କରନ୍ତି ଏହି ଯୋଡି । ତେବେ ଅନେକ ବର୍ଷ ପୂର୍ବରୁ ଟ୍ୱିଙ୍କିଲ ଖନ୍ନା ଅଭିନୟ ଜଗତରୁ ଦୂରେଇ ଜଣେ ହାଉସ୍ ୱାଇଫ୍ ବନିବାକୁ ରାସ୍ତା ବାଛିଥିଲେ । ଆଉ ସେଥିରେ ସେ ନିଜକୁ ପ୍ରମାଣ ମଧ୍ୟ କରିଦେଖାଇଥିଲେ । କିନ୍ତୁ ବର୍ତ୍ତମାନ ଟ୍ୱିଙ୍କିଲଙ୍କୁ ନେଇ ନିଜ ଇଷ୍ଟାରେ ପ୍ରେମ ବର୍ଷାଇଛନ୍ତି ଅକ୍ଷୟ । କାରଣ ତାଙ୍କ ସ୍ତ୍ରୀ ୫୦ ବର୍ଷ ବୟସରେ ମଧ୍ୟ ନିଜ ସ୍ୱପ୍ନକୁ ପୂରଣ କରିଦେଖାଇଛନ୍ତି ।

ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଟ୍ୱିଙ୍କଲ ସଫଳତାର ସହ ମାଷ୍ଟର ଡିଗ୍ରୀ ସମାପ୍ତ କରିଛନ୍ତି । କେବଳ ଏତିକି ନୁହେଁ ଟ୍ୱିଙ୍କିଲ ଖନ୍ନା ଜଣେ ଦକ୍ଷ ଲେଖିକା ସହ ଫିଲ୍ମ ପ୍ରସ୍ତୁତ ମଧ୍ୟ କରନ୍ତି । ତେବେ ଲଣ୍ଡନରେ ଏହି ଦମ୍ପତି ନିଜ ଜୀବନର ଏକ ବିଶେଷ ମୁହୁର୍ତ୍ତକୁ ପାଳନ କରିଛନ୍ତି । ଏହାପରେ ଅକ୍ଷୟ ପତ୍ନୀଙ୍କ ପାଇଁ ଇଷ୍ଟାରେ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି ।

“ଦୁଇ ବର୍ଷ ପୂର୍ବେ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ପୁଣିଥରେ ଅଧ୍ୟୟନ କରିବାକୁ ଚାହୁଁଛ, ମୁଁ ଭାବିଲି ତୁମେ ଏହାକୁ ଏମିତି ହିଁ କହିଛ କିନ୍ତୁ ଯେଉଁ ଦିନ ମୁଁ ଦେଖିଲି ତୁମେ ଏତେ ପରିଶ୍ରମ କରୁଛ । ଏବଂ ଘର, କ୍ୟାରିୟର, ମୁଁ ଏବଂ ପିଲାମାନଙ୍କ ସହିତ ଏକ ପୂର୍ଣ୍ଣକାଳୀନ ଛାତ୍ର ଜୀବନକୁ ସଂପୂର୍ଣ୍ଣ ଭାବରେ ପରିଚାଳନା କରିପାରୁଛ , ମୁଁ ଜାଣିଥିଲି ମୁଁ ଜଣେ ସୁପରଓମେନଙ୍କୁ ବିବାହ କରିଛି ।

Leave a Reply

Your email address will not be published. Required fields are marked *