ଦୁର୍ଘଟଣାରେ ଚାଲିଗଲା ଏସ,ଓ,ଜି ଯବାନଙ୍କ ଜୀବନ , ବିବାହକୁ ବର୍ଷେ ନପୁରୁଣୂ ଲିଭିଗଲା ସ୍ତ୍ରୀ ମଥାର ସିନ୍ଦୂର
1 min readଦେବଗଡ଼: କାନ୍ଦୁଛି ପୁରା ପରିବାର, ସୁଖୁନି ମା ଆଖିରୁ ଲୁହ । ବିବାହକୁ ପୂରି ନଥିଲା ବର୍ଷେ ଆଉ ହାତ ଛାଡି ଚାଲିଗଲା ସାତଜନ୍ମପାଇଁ କଥା ଦେଇଥିବା ସ୍ୱାମୀ । ବାଇକ୍ ଦୁର୍ଘଟଣା ଉଜାଡିଦେଲା ଯବାନଙ୍କ ସଂସାରକୁ । ଗାଁକୁ ଛୁଟିକାଟିବାକୁ ଆସିଥିଲେ ଆଉ ଦୁର୍ଘଟଣାରେ ସବୁଦିନ ପାଇଁ ଆଖିବୁଜିଦେଲେ ।
ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ତାରଙ୍ଗ ପଞ୍ଚାୟତ ଜରିପାଳ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର କୁଅଁରଙ୍କଯବାନ ପୁଅ ବବୁଲୁ କୁଅଁର । ସେ ଏସ,ଓ,ଜି ଯବାନ ଭାବରେ ଯୋଗଦାନ କରିବାର କିଛି ମାସ ପରେ ବିବାହ କରିଥିଲେ । ହେଲେ ବିବାହର ବର୍ଷେ ନ ପୁରୁଣୁ ଚାଲିଗଲା ଯବାନଙ୍କ ଜୀବନ । ବିବାହର ବାର୍ଷିକ ଉତ୍ସବ ପାଳନ କରିଥାନ୍ତେ ହେଲେ ଅଧା ରହିଗଲା ସ୍ତ୍ରୀର ସ୍ୱପ୍ନ । ତାଙ୍କର ଦେଢ ମାସର ଏକ କଅଁଳ ଶିଶୁ ପୁତ୍ର ଥିବା ମଧ୍ୟ ଜଣାପଡିଛି । ମୃତ ଜବାନ ନିଜର କାର୍ଯ୍ୟରୁ EL ନେଇ ଡିସେମ୍ବର ୭ରୁ ଛୁଟିରେ ଥିଲେ । ଡିସେମ୍ୱର ୨୮ ତାରିଖରେ କର୍ମକ୍ଷେତ୍ରରେ ଯୋଗଦାନ କରିବାରଥିଲା ହେଲେ ଶିଶୁପୁତ୍ରର ଦେହ ହଠାତ ଅସୁସ୍ଥତା ଯୋଗୁଁ ଯୋଗଦାନ କରିପାରିନଥିଲେ ।
ଅନୁଗୁଳ ନିଜ ଶଶୁର ଘରୁ ଏକ ବାଇକ ଯୋଗେ ଫେରିଲା ବେଳେ କିଶୋରନଗର ଠାରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା । ବବୁଲୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ରେଢ଼ାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତିକରିଥିଲେ । ସ୍ଵାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ହେଲେ ପରିବାର ଲୋକ ପହଞ୍ଚିବା ପୂର୍ବରୁ ଆଇସିୟୁରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବବୁଲୁ । ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏପରି ଘଟଣା ସାରା ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।