Pratidin TV

Odisha's Digital News Platform

ବିଡିଓଙ୍କ ବାସଭବନରୁ ଲୁଟ୍,ସିସିଟିଭିରେ କଏଦ ହେଲା ଏଭଳି ଦୃଶ୍ୟ ….

1 min read

ଉଦଳା ; ମାତିଛନ୍ତି ଲୁଟେରା । ଶେଷରେ ବିଡିଓଙ୍କ ସରକାରୀ ବାସଭବନରେ ଡେରା ପକାଇଲେ ଲୁଟେରା । ଲୁଟର ଶିକାର ହୋଇଛନ୍ତି ବିଡିଓ । କପ୍ତିପଦା ବିଡିଓ ସିଦ୍ଧେଶ୍ୱର ନାଏକଙ୍କ ବାସଭବନରେ ଦୁବୁର୍ତ ବୁଲାଇଛନ୍ତି କଳାକନା ।

ଗତକାଲି ବିଡିଓ ସିଦ୍ଧେଶ୍ୱର ନାଏକ ତାଙ୍କ ସ୍ତ୍ରୀଙ୍କର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଯାଇଛନ୍ତି । ଯାହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ବିଡିଓଙ୍କ ସରକାରୀ ବାସଭବନ ମୁଖ୍ୟ ଫାଟକ ତାଲା ଭାଙ୍ଗିବା ସହିତ ବାସଭବନରେ ପଶି ଲୁଟ କରିଛନ୍ତି । ଲୁଟେରାମାନେ ଗଡରେଜ୍ ଖୋଲିବା ସହିତ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସମେତ ନଗଦ ଟଙ୍କା ଲୁଟି ନେଇଛନ୍ତି ।

Advertisement

ଲୁଟେରାମାନେ ଲୁଟ୍ କରିବାର ଭିଡିଓ ସିସିଟିଭିରେ କଏଦ ହୋଇଛି । ବିଡିଓ ନିଜ ମୋବାଇଲରେ ସିସିଟିଭି ଦେଖିବା ପରେ ଘରେ ଲୁଟ୍ ହୋଇଥିବା ଜାଣିପାରି କପ୍ତିପଦା ପୋଲିସ୍‌କୁ ଖବର ଦେଇଥିଲେ । କପ୍ତିପଦା ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଂଟିଫିକ୍ ଟିମ ଏବଂ ସନ୍ଧାନୀ କୁକୁର ସହାୟତାରେ ତଦନ୍ତକୁ ତ୍ୱରାନ୍ୱିତ କରିଛି ।

Leave a Reply

Your email address will not be published. Required fields are marked *