Pratidin TV

Odisha's Digital News Platform

ପୁଣି ଶବକୁ ଅସମ୍ମାନ,ଏକ କିଲୋମିଟର ବୋହିଲେ ପରିବାର …..

1 min read

ସୁନ୍ଦରଗଡ଼ ; ପୁଣି ଶବକୁ ଅସମ୍ମାନ । ମିଳିଲାନି ମହାପ୍ରୟାଣ ଗାଡି, ଗୋଟିଏ କିଲୋମିଟର ଯାଏଁ ମୃତଦେହକୁ ଟେକି ଟେକି ନେଲେ ସମ୍ପର୍କୀୟ । ପାଞ୍ଚ ଦିନ ପୂର୍ବେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଚିକିତ୍ସା କରାଇ ଘରକୁ ଫେରିଥିଲେ ସୁନ୍ଦରଗଡ଼ ସଦର ବ୍ଲକ ଟିମାଡିହି ଗାଁର ସୁରେଶ ଚନ୍ଦ୍ର ପଟେଲ। ରକ୍ତ ଝାଡା ରେ ପୀଡ଼ିତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସିତ ହୋଇ ଘରକୁ ଫେରି ଥିଲେ ।

ତେବେ ମଙ୍ଗଳବାର ପୁଣି ହଠାତ୍ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଘର ଲୋକେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ। ଆଉ ମେଡିକାଲ ଆଣିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ହେଲେ ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟ ରୁ ଶବ ଘରକୁ ନେବା ପାଇଁ ମହାପ୍ରୟାଣ ଗାଡ଼ି ମିଳିପାରିନଥିଲା ।

Advertisement

ପରିବାର ଲୋକେ ଯେତେ କାକୁତିମିନତି ହେଲେ ମଧ୍ୟ କେହି ଗାଡ଼ି ଦେଲେ ନାହିଁ ଏପରିକି ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କଲେ ବି କିଛି ସୁଫଳ ମିଳିଲା ନାହିଁ।ଶେଷରେ ବାଧ୍ୟ ହୋଇ ପରିବାର ଲୋକ ଶବକୁ ଟେକି ନେଇ ପ୍ରାୟ ଏକ କିଲୋମିଟର ବୋହି ନେଇଥିଲେ ଏହାପରେ ଏକ ଘରୋଇ ଗାଡ଼ି କରି ସେଠାରୁ ଘରକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *