Pratidin TV

Odisha's Digital News Platform

ଖଲିକୋଟରେ ମା କୋଳରୁ ଚୋରୀ ହୋଇଥିବା ଶିଶୁ , ରାଜଧାନୀ ସୁନ୍ଦରପଦାରୁ ଉଦ୍ଧାର….

1 min read

ଗଞ୍ଜାମ ; ଖଲ୍ଲିକୋଟ ସହରରୁ ଏକ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ କୋଳରୁ ଶିଶୁ ପୁତ୍ରକୁ କୌଣସି ଲୋକ ଚୋରି କରି ନେବା ଘଟଣାକୁ ନେଇ ଖଲ୍ଲିକୋଟରେ ଚାଞ୍ଚଲ୍ୟ ଖେଳିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ସହରର ଏକ ଦୋକାନ ବାରଣ୍ଡାରେ ମା ତାର ଏକ ୯ ମାସର ପୂତ୍ର ସନ୍ତାନ ସହ ଶୋଇ ପଡିଥିଲା । ତେବେ ଏକ ଦୋକାନ ବାରଣ୍ଡାରେ ଶୋଇଥିବା ଅବସ୍ଥାରେ ଉକ୍ତ ପୁତ୍ର ସନ୍ତାନକୁ କୌଣସି ଦୁର୍ବୁତ୍ତ ତାର ମା କୋଳରୁ ଚୋରି କରି ନେଇ ଯାଇଥିଲା ।

ସକାଳୁ ଉଠି ମା ନିଜଖୂ ଛୁଆକୁ ପାଖରେ ନପାଇ ଏଣେ ତେଣେ ଖୋଜିଥିଲା । କିନ୍ତୁ ସବୁଆଡୁ ନିରାଶ ହେବା ପରେ ଶେଷରେ ନିରୂପାୟ ହୋଇ ଲୋକମାନଙ୍କ ଭିଡରେ ଛାତିଫଟା କାନ୍ଦ କାନ୍ଦିଥିଲା ମା । ସେଠାରେ ଥିବା କିଛି ଲୋକମାନେ ମଧ୍ୟ ଶିଶୁଟିକୁ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ଶେଷରେ ଶିଶୁ ପୁତ୍ର ହରାଇଥିବା ମା ମାମା ବେହେରାଙ୍କ ବୃଦ୍ଧା ମା ଖଲ୍ଲିକୋଟ ଥାନାରେ ଏକ ଏତଲା ଦେବା ପରେ ପୋଲିସ ଥାନା କେସ ନମ୍ବର ୩୭/୧ ରେ ଏକ ମାମଲା ରୁଜ୍ଜୁ କରି ଏକ ଟିମ ଗଠନ କରି ତଦନ୍ତ ଚଳାଇ ଥିବା ବେଳେ ସନ୍ଧ୍ୟା ସୁଦ୍ଧା ଶିଶୁ ପୁତ୍ରଟିର ସନ୍ଧାନ ମିଳି ପାରିନଥିଲା ।

Advertisement

ତେବେ ଖୁବ ଶୀଘ୍ର ନିଖୋଜ ଶିଶୁ ପୁତ୍ର ମିଳିଯିବ ବୋଲି ଖଲ୍ଲିକୋଟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଥିବା ବେଳେ ଆଜି ଭୁବନେଶ୍ୱର ସୁନ୍ଦରପଦା ଚଣ୍ଡିବଜାର ହାଇଟେକ ପ୍ଲାଜା ଅଞ୍ଚଳରୁ ଉଦ୍ଧାର ହୋଇଛି ୯ ମାସର କୁନି ପୁଅ। ସୂଚନା ଅନୁଯାୟୀ ଶିଶୁପୁତ୍ରଟିକୁ ଜଣେ ମହିଳା ଚୋରୀକରି ଆଣି ନିଜ ସମ୍ପର୍କିୟଙ୍କ ଘରେ ଥିଲେ । ତେବେ ଅଭିଯୁକ୍ତ ମହିଳା ଜଣଙ୍କ ହେଉଛନ୍ତି ଗଞ୍ଜାମ ଜିଲ୍ଲା ତାରସିଂ ଥାନା ରଙ୍ଗାମେରୁ ଗାଁର ପ୍ରଭାସୀନି ସାହୁ । ଅଭିଯୁକ୍ତ ମହିଳା ଶିଶୁ ଟିକୁ ବିକି ଦେବା ଉଦ୍ଦେଶ୍ୟରେ ଚୋରି କରି ଆଣିଥିବା ପ୍ରାଥମିକ ତଦନ୍ତରୁୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *