Pratidin TV

Odisha's Digital News Platform

ଶାନ୍ତିରେ ଶୋଇବେ ରାଜଧାନୀ ବାସୀ , ବନ୍ଧା ହେଲେ ଆପାର୍ଟମେଣ୍ଟ ଚୋର ….

1 min read

ଭୁବନେଶ୍ୱର ; ରାଜଧାନୀରେ ଅନ୍ଧାର ରାତିରେ ଲୋକମାନଙ୍କ ମନରେ ଭୟ ଖେଳାଇଥିବା ଆପାର୍ଟମେଣ୍ଟ ଚୋର ଶେଷରେ ଧରାପଡିଛନ୍ତି । ଗତ କିଛି ମାସ ଧରି କମିଶନରେଟ୍ ପୋଲିସର ନାକେଦମ କରିଥିଲେ ଆପାର୍ଟମେଣ୍ଟ ଚୋର । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ପଶି ଭିନ୍ନ ସମୟରେ ଲୁଟିନେଉଥିଲେ ସୁନା ଗହଣା ଓ ଟଙ୍କା । ତେବେ ନୟାପଲ୍ଲୀ ନିରୂପମା ଆପାର୍ଟମେଣ୍ଟର ରୁ ୧୩ ଲକ୍ଷ୍ ଟଙ୍କା ଲୁଟ ଘଟଣା ପରେ ସାମ୍ନାକୁ ଆସିଥିôଲା ଏଭଳି ଅନେକ ଲୁଟ୍ । ତେଣୁ ପୋଲିସ ସମୃକ୍ତ ମାମଲାରେ ଜୋରସୋର ତଦନ୍ତ ଚଳାଇ ଆଜି ୨ ଅଭିଯୁକ୍ତଙ୍କୁ ଓଡିଶା ବାହାରୁ ଗିରଫ୍ କରିଛି । ସେମାନଙ୍କ ଠାରୁ ବ୍ୟବହୃତ ହେଉଥିବା ଗାଡ଼ି , ୨ ଲକ୍ଷ ୧୫ ହଜାର ଟଙ୍କା , ୩’ଟି ମୋବାଇଲ ମଧ୍ୟ ଜବତ୍ କରିଛି ପୋଲିସ ।

ଓଡିଶା ପୂର୍ବରୁ ଗୁଜରାଟ, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍ କରି ଖେଳାଇଥିଲେ ଆତଙ୍କ । ରାଜ୍ୟ ବାହାରୁ ଆସି ଏଠାରେ କରୁଥିଲେ ଲୁଟ୍ । ସୁରକ୍ଷା କମ୍ ଥିବା ଆପାର୍ଟମେଣ୍ଟକୁ କରୁଥିଲେ ଟାର୍ଗେଟ । ଲୁହା ଗ୍ରିଲ ବା ବାହାରୁ ତାଲା ପଡ଼ୁଥିବା ଘରେ ପଶି ୧୦ ମିନିଟରେ ବୁଲାଉଥିଲେ କଳାକନା । ଲୁଟ ପରେ ଏମାନେ ଫ୍ଲାଇଟରେ ରାଜ୍ୟ ବାହାରକୁ ପଳେଇ ଯାଆନ୍ତି ।

Advertisement

ତେବେ ଏହି ଗ୍ୟାଙ୍ଗ ଭୁବନେଶ୍ୱରର ଚନ୍ଦକା, ଇନ୍ଫୋସିଟ, ଭରତପୁର, ମାଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ କଳାକନା ବୁଲାଇଥିବାବେଳେ ସେମାନଙ୍କୁ ଗିରଫ୍ କରିବା ପାଇଁ ପୋଲିସ ସିସିଟିଭିରୁ ତଥ୍ୟ ପାଇଥିଲା । ତେବେ ଏହି ଗ୍ୟାଙ୍ଗ୍ ଗୋଟେ କି ୨ ଟି ନୁହେଁ ଏମାନେ ୨୦ଟି ଗ୍ୟାଙ୍ଗ୍ ନେଇ ଓଡିଶାରେ ପଶିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ଗିରଫ୍ ହୋଇଥିବା ବେଳେ ଆହୁରି ଅନେକ ଅଭିଯୁକ୍ତ ଖୁଲାମ ଖୁଲା ଘୁରୀ ବୁଲୁଛନ୍ତି । ତେଣୁ ତାଙ୍କୁ ଯଥାଶୀଘ୍ର ଧରିବାକୁ ଚେଷ୍ଟା ଚଳାଇଛି କମିଶନରେଟ୍ ପୋଲିସ । ଅନ୍ୟପଟେ ଭୁବନେଶ୍ୱର ସହ ଅନ୍ୟ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି ପ୍ରତିକ ସିଂ ।

Leave a Reply

Your email address will not be published. Required fields are marked *