Pratidin TV

Odisha's Digital News Platform

ଦୁଇ ବାଇକ୍ ମୁହାମୁହିଁ ଧକ୍କା , ୫ ମୃତ,୧ ଗୁରୁତର

1 min read

ଗଞ୍ଜାମ ; ଗଞ୍ଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ଡ୍ରାଫ ଠାରେ ଦୁଇ ବାଇକ୍ ମୁହଁମୁହିଁ ଧକ୍କା, ୫ ମୃତ, ୧ ଆହତ । ମୃତକ ମାନେ ହେଲେ ରଜନୀ ଗୌଡ଼( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ମହେନ୍ଦ୍ର ନାୟକ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ଶ୍ରୀକାନ୍ତ ଗୌଡ଼ (ଅସୁରବନ୍ଧ ଗ୍ରାମବାସୀ) , ମନୋଜ ଡାକୁଆ ( ଦୁଲାଡ଼ ଗ୍ରାମ ବାସି ),ଗୁରୁତର ଆହତ ମାନେ ହେଲେ ଜୟନ୍ତ ବାଡ଼ତ୍ୟା ( ବିଦ୍ୟୁତ ବିଭାଗ କର୍ମଚାରୀ, ସୋରଡ଼ା ),ପୂର୍ଣ୍ଣ ଗୌଡ଼ ( ଦୁଲାଡ଼ ଗ୍ରାମ ବାସି ) ।

ସୂଚନା ମୁତାବକ ଏକ ବାଇକ୍ ରେ ୩ ଜଣ ବସି ଅଶୁରବନ୍ଧ ଠାରୁ ସୋରଡା ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ବିଦ୍ୟୁତ୍ ବିଭାଗ ର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟି ରେ ଯାଉଥିବା ବେଳେ ବରାଡି ନିକଟ ଡ୍ରାଫ ଠାରେ ମୁହାମୁହିଁ ଧକ୍କା ହୋଇଥିଲା । ବହୁତ୍ ଜୋର୍ ଶବ୍ଦ ଶୁଣି ସ୍ଥାନୀୟ ଲୋକ ମାନେ ବାହାରକୁ ଆସି ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିବା ସହ ଅନ୍ୟ ଜଣେ କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି ତଥାପି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *