Pratidin TV

Odisha's Digital News Platform

ପ୍ରକୃତିଙ୍କୁ ୧ ଘଣ୍ଟା ଜେରା କଲା ପୋଲିସ୍ : ପଚରାଯାଇଥିଲା ଏହିସବୁ ପ୍ରଶ୍ନ

1 min read

ଭୁବନେଶ୍ୱର : ଷ୍ଟାର କଳିରେ ଆଜି ନଜରକୁ ଆସିଛି ଆଉ ଏକ ନୂଆ ଦୃଶ୍ୟ ।ଚେନ୍ନାଇରୁ ସପରିବାର ଧରି ଫେରିଛନ୍ତି ମନ୍ନଥ ମିଶ୍ର । ଏହାପରେ ଭୁବନେଶ୍ୱର ସ୍ଥିତ ଘରେ ପହଞ୍ଚି ଯାଇଥିଲା ଖାରବେଳନଗର ଥାନାର ଏକ ଟିମ୍ । ବାବୁସାନଙ୍କ ପତ୍ନୀ ତୃପ୍ତି କରିଥିବା ଆରୋପର ତଦନ୍ତ ପାଇଁ ସେଠାରେ ପହଞ୍ଚିଥିଲା ପୋଲିସ ।ତୃପ୍ତିଙ୍କ ଅଭିଯୋଗ ଅନୁଯାୟୀ ପ୍ରକୃତି ବାବୁସାନଙ୍କୁ ଚରସ ,ଗଞେଇ ଓମଦ ଇତ୍ୟାଦି ନେବାକୁ ବାଧ୍ୟ କରିଥିଲେ ।ଏହାସହ ସେ ବାବୁସାନଙ୍କୁ ବ୍ଲାକମେଲ ମଧ୍ୟ କରୁଥିଲେ । ଏନେଇ ପୋଲିସ ଆଜି ପ୍ରକୃତିଙ୍କୁ ପଚରାଉଚରା କରିଛି ।

Advertisement


ଜଣେ ମହିଳା ପୋଲିସ ଅଧିକାରୀ ପ୍ରକୃତିଙ୍କୁ ୧ ଘଣ୍ଟାକାଳ ଜେରା କରିଥିଲେ ।ଅଭିଭାବକଙ୍କ ଉପସ୍ଥିତିରେ ପଚରାଯାଇଥିଲା ପ୍ରକୃତିଙ୍କୁ ସମସ୍ତ ପ୍ରଶ୍ନ ।ତଦନ୍ତରେ ସେ ସଂପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ଅରୁଣ ସ୍ୱାଇଁ ।
ପ୍ରକୃତିଙ୍କୁ ପଚରାଯାଇଥିବା ପ୍ରଶ୍ନ
୧.କେଉଁ ପରିସ୍ଥିତିରେ ରାସ୍ତାରେ ମୁହାଁମୁହିଁ ହେଲେ ବାବୁସାନ-ପ୍ରକୃତି-ତୃପ୍ତି ?
୨.ପ୍ରକୃତିଙ୍କୁ କାହିଁକି ମାଡ ମାରିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ?
୩.ରାସ୍ତା ବେଳେ ହାଇଡ୍ରାମା ବେଳେ କେଉଁମାନେ ଥିଲେ ?
୪.ଘଟଣା ସମୟର ଭିଡିଓ କିଏ ସୁଟିଂ କରି ଭାଇରାଲ କଲା ?
୫.ପ୍ରକୃତି ବାବୁସାନଙ୍କ ମଧ୍ୟରେ ସଂପର୍କ କେତେ ନିବିଡ ?
୬.ବାବୁସାନଙ୍କ ସହ ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ କି ପ୍ରକୃତି ?
୭.ବାବୁସାନଙ୍କୁ ବ୍ଲାକମେଲ କରୁଥିଲେ କି ପ୍ରକୃତି ?
୮.ବାବୁସାନ୍ ଓ ପ୍ରକୃତି କୌଣସି ନିଶା ସେବନ କରୁଥିଲେ କି ?

Leave a Reply

Your email address will not be published. Required fields are marked *