Pratidin TV

Odisha's Digital News Platform

ଓଡିଶାର ଦ୍ୱିତୀୟ ଅଯୋଧ୍ୟା ନୟାଗଡର ୧୬୦୦ ଫୁଟ ପାହଡ ଉପରେ ପ୍ରତିଷ୍ଠା ପାଇଲେ ରାମଲାଲା ।

1 min read

ନୟାଗଡ଼ : ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ ଗ୍ରାମର ୧୬୦୦ ଫୁଟ ପାହଡ ଉପରେ ନିର୍ମାଣ ହୋଇଥିବା ରାମଲାଲଙ୍କ ମନ୍ଦିରର ଆଜି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଶହଶହ ସାଧୁସନ୍ଥ ସମ୍ମିଳନୀ ଓ ଧର୍ମସଭା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତ୍ୟନ୍ତ ନିଖୁଣ କାରୁକାର୍ଯ୍ୟରେ ନିର୍ମିତ ଏହି ଭବ୍ୟ ରାମ ମନ୍ଦିର ଆଜି ଚଳ ଚଞ୍ଚଳ ହେବା ସହ ଲୋକଙ୍କ ଜନ ସମୁଦ୍ର ପାଲଟିଥିଲା । ଏହି ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିବା ଦେଖିବାକୁ ମିଳିଥିଲା।

ଏହି ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ମାନଙ୍କ ପ୍ରାଣ ପ୍ରତିଷ୍ଠାରେ ବେଦପାଠ ପଣ୍ଡିତ ପ୍ରଭାତ କୁମାର ନନ୍ଦ, ଦୀନବନ୍ଧୁ ପାଢ଼ୀ , ବ୍ରହ୍ମା କେଳୁଚରଣ ନନ୍ଦ ,ପ୍ରଚାରକ ଶ୍ରୀନିବାସ ଦାଶ , ଆଚାର୍ଯ୍ୟ ବ୍ରଜମୋହନ ରଥ, ପଣ୍ତିତ ରାମନାଥ ମିଶ୍ର , ପଣ୍ତିତ ଶୁରେଷ ଚନ୍ଦ୍ର ମହାପାତ୍ର, ସୂର୍ଯ୍ୟ ରଞ୍ଜନ ଶତପଥୀ , ଦୀପକ ରଞ୍ଜନ ଆଚାର୍ଯ୍ୟ ପ୍ରତାପ ଶତପଥି, ଉମାକାନ୍ତ ପଣ୍ଡା , ଉମାକାନ୍ତ ମିଶ୍ର, କୃତିବାସ ଦାଶ , ସୁମନ୍ତ କୁମାର କର ରମେଶ କୁମାର ନନ୍ଦ, ଲକ୍ଷ୍ମୀଧର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ପ୍ରତିଷ୍ଠା ଉତ୍ସବରେ ସହଯୋଗ କରିଥିଲେ। ବିଭିନ୍ନ ଗାଁ ଗହଳିରୁ ନାମ ସଂକୀର୍ତ୍ତୀନ ସହିତ ରାମ ନାମରେ ଉଛୁଳି ପଡୁଥିଲା।

Advertisement

ଆଜି ଭାପୁର ବ୍ଲକର ସମସ୍ତ ଗ୍ରାମରେ ଅରୁଆ ଅନ୍ନ ଭୋଜନ କରିବା ସହିତ ଦୁଆର ମୁହଁରେ କଳସ ସ୍ଥାପନ କରିଥିଲେ ଏବଂ ତତ ସହିତ ପ୍ରଭୁ ଶ୍ରୀରାମ ଙ୍କ ସୁନ୍ଦର ଚିତ୍ର କୁ ମୁରୁଜ ସାହାଯ୍ୟରେ ଆଙ୍କି ଥିବାର ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନଙ୍କ ପାଇଁ ପଦ୍ମାବତୀ ପଞ୍ଚାୟତର ଜଗା ଚାକର ଯୁବକ ସପ୍ସଘ ପକ୍ଷରୁ ଟଙ୍କ ତୋରାଣି ଓ ଦହି ପାନୀୟ ସକାଳ ଦଶଟା ବେଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଏହା ସହ ସପ୍ସଘର ଯୁବକ ମାନେ ମନ୍ଦିର ପରିସର ଅଳିଆ ଆବର୍ଜ୍ଜନା ସଫାସୁତୁରା କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଶ୍ରୀରାମ ପରିଷଦ ତରଫରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ପ୍ରାଣ ପ୍ରତିଷ୍ଠା ପାଇଥିବା ଶ୍ରୀ ରାମ ଲାଲା ଙ୍କ ମୂର୍ତ୍ତି ରାଜସ୍ଥାନରୁ ଆସିଥିବା ବେଳେ ମୂର୍ତ୍ତି ର ଉଚ୍ଚତା ସାଢ଼େ ୬ ଫୁଟ ଥିବା ବେଳେ ମାର୍ବଲ ରେ ନିର୍ମିତ ହୋଇଥିଲା । ଅଯୋଧ୍ୟାରେ ରାମ ଲାଲା ମନ୍ଦିର ପ୍ରତିଷ୍ଠା ଦିନ କାର୍ଯ୍ୟ ସୂଚୀ ଅନୁଯାୟୀ ଫତେଗଡ଼ ପାହାଡ ଉପରେ ନିର୍ମିତ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୟାଗଡ ଜିଲ୍ଲା ଓ ଜିଲ୍ଲା ବାହାରୁ ବହୁତ ଭକ୍ତ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *