Pratidin TV

Odisha's Digital News Platform

ରାଜଧାନୀ ଆସି ହୋଇଥିଲେ ବାଟବଣା , ଗାଁ ଚାଷ ଦେଖାଇଦେଲା ଭବିଷ୍ୟତକୁ ରାସ୍ତା …..

1 min read

ଜଗତସିଂହପୁର ; କୁସଂଗତି ରେ ପଡିଲେ ମଣିଷ ଅବାଟକୁ ଯାଏ । ସୁସଂଗତି ରେ ପଡିଲେ ମଣିଷ ଉଚିତ ମାର୍ଗକୁ ଫେରିଆସେ । ଏ କଥା ଆମେ କହୁନୁ, ପ୍ରକୁତପକ୍ଷେ ପଥଭ୍ରଷ୍ଟ ହୋଇ ଛାତ୍ର ବୟସ ରେ ରାଜଧାନୀ କୁ ପାଠ ପଢିବାକୁ ଯାଇ ଅନେକ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ଜଗତସିଂହପୁର ଥାନା ପଲ୍ଲୀ ପଞ୍ଚାୟତ ବଡ଼ଦେଢ଼ୀଲୋ ଗ୍ରାମର ଅକ୍ଷୟ କୁମାର ଦାସ ଙ୍କ ପୁଅ ଅସିତ କୁମାର ଦାସ କହିଛନ୍ତି ।

ଯୁବ ବୟସରେ ଜୀବନର ମୂଲ୍ୟ ବୋଧ ବୁଝିପାରି ସମାଜର ମୁଖ୍ୟ ସ୍ୱତରେ ସାମିଲ ହେବା, ଗାଁ, ମାଟି, ମା ର ସେବା କରିବାର ସଂକଳ୍ପ ନେଇ ଅସାମାଜିକ କାର୍ଯ୍ୟକଳାପରୁ ସମ୍ପୂର୍ଣ ଦୂରେଇଯାଇ ପିତୃ ଅର୍ଜିତ ସମ୍ପତିରେ ମାଛ ଚାଷ କରିବା ସହିତ ଗୁଆ, କଦଳୀ, ଅମ୍ବୃତଭଣ୍ଡା, ବାଇଗଣ ଆଦି ପନିପରିବା ଚାଷ କରି ସେଥିରୁ ଉପାର୍ଜିତ ଅର୍ଥ ରେ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟାନ୍ୟ ପରିବାର କୁ ସ୍ୱାବଲମ୍ବୀ କରିବା ଏବଂ ସେମାନଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ସମାଜର ମୁଖ୍ୟସ୍ୱତ କୁ ଫେରିଆସିଛନ୍ତି । ଏବଂ ପ୍ରତ୍ୟେକ ଯୁବକ ଅସତ ମାର୍ଗ ରୁ ଓହରି ଯାଇ ସତ ମାର୍ଗ ଅନୁସରଣ କରିବାକୁ ନିବେଦନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *