Pratidin TV

Odisha's Digital News Platform

(video)ଅଯୋଧ୍ୟାରୁ ଫେରିଲେ ଓଡିଆ ଶିଳ୍ପୀ କାରିିଗର , ରାମଲଲାଙ୍କ ସେବାରେ ଥିଲେ ରାତିଦିନ ….

ଭୁବନେଶ୍ୱର ; ଚର୍ଚ୍ଚାରେ ଅଯୋଧ୍ୟାରେ ରାମମନ୍ଦିର ତିଆରି କରିଥିବା ଓଡିଆ ଶିଳ୍ପୀ । ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠାରେ ରହିଛି ବଡ ପ୍ରତିଦାନ । ଦୀର୍ଘ ୭ ମାସର ଅନୁଭୂତିକୁ ଏୟାରପୋର୍ଟରେ ପହଞ୍ଚି ବଖାଣିଛନ୍ତି ଓଡିଆ କାରିଗର । ଆଉ ସବୁଠୁ ସଂଘର୍ଷଭରା ଥିଲା ଶେଷ ୧୫ ଦିନ କାରଣ ଜାନୁଆରୀ ୨୨ ପୂର୍ବରୁ ସମ୍ପୂର୍ଣ୍ଣ କରିବାର ଥିଲା ମନ୍ଦିର । ଏସବୁ ଭିତରେ କିଛି କାରିଗର ଏପରି ଥିଲେ ଯିଏ ଦିନ ତମାମା କେବଳ ବିସ୍କୁଟ ଚା ଖାଇ ମଧ୍ୟ କାମରେ ଲାଗିଯାଇଥିଲେ ରାତିଦିନ । କାହିଁକି ନାହ ଯେଉଁ ବିଶ୍ୱାସ ଭରସା ଓଡିଶା କାରିଗର ଉପରେ ସରକାରଙ୍କର ଅଛି ତଥା ପ୍ରଭୁ ସ୍ୱୟଂ ଏମାନଙ୍କୁ ମନ୍ଦିର ନିର୍ମାଣରେ ସାମିଲ କରିବାକୁ ସୁଯୋଗ ଦେଇଛନ୍ତି ତାକୁ ଭାଙ୍ଗିବାକୁ ଦେଇନଥିଲର ଓଡିଆ କାରିଗର । ଦିନ ରାତି ଏକ କରି ଲାଗିଡପଡିଥିଲେ କାମରେ ।

ଦୀର୍ଘ ୫୦୦ ବର୍ଷ ପ୍ରତିକ୍ଷାରେ ଅନ୍ତ ଘଟାଇଥିଲେ ଓଡିଆ କାରିଗର । ଏୟାରପୋର୍ଟରେ ନିଜ ଅନୁଭୂତି ବଖାଣିବା ବେଳେ କାରିଗର ମାନେ କହିଥିଲେ କାମ ସମୟରେ ଆମେ ସମୟ ଜାନୀପାରୁନଥିଲୁ ଆଉ ସବୁଠି ଚତ୍ମକାର କଥା ଆମକୁ ଭୋକ ଲାଗୁନଥିଲା କିମ୍ବା ଆମକୁ ଦୁର୍ବଳ ମଧ୍ୟ ଲାଗୁନଥିଲା । ଏହା ରାମଲାଲାଙ୍କ ଚତ୍ମକାରଠୁ କିଛି କମ୍ ନୁହେଁ ।
ଆଜି ଏହି କାରିଗରମାନଙ୍କ ପାଇଁ ଗର୍ବ କରୁଛି ପୁରା ଓଡିଶା । ଆଉ ଏୟାରପୋର୍ଟରୁ ଅତି ସମ୍ମାନର ସହ ଏମାନଙ୍କୁ ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *