Pratidin TV

Odisha's Digital News Platform

ପ୍ରକାଶ ପାଇଲା ଯୁକ୍ତ ୨ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

1 min read

ଭୁବନେଶ୍ୱର :ଚଳିତ ବର୍ଷ ମୋଟ ୩ଲକ୍ଷ ୨୧ ହଜାର ୫୦୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।ସେଥିôମଧ୍ୟରୁ କଳାରେ ୨ ଲକ୍ଷ ୧୩ ହଜାର୪୩୨ ଜଣ,ବାଣିଜ୍ୟରେ୨୩ ହଜାର୭୨୬,ବିଜ୍ଞାନରେ ୭୬ ହଜାର୬୦୪ଜଣ ଏବଂ ଧନ୍ଦାମୂଳକ ଶିକ୍ଷାରେ ୫ ହଜାର ୮୬୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ ଆଜି ଯୁକ୍ତ ୨ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞନ ଦାଶଙ୍କ ସୂଚନା ଅନୁଯାୟୀ ଅଗଷ୍ଠ ୮ ତାରିଖ ଦିନ କଳା ଏବଂ ଧନ୍ଧାମୂଳକ ଶିକ୍ଷାର ଫଳ ପ୍ରକାଶ ପାଇବ ।

ସେହିପରି ଆଜି ପ୍ରକାଶ ପାଇଥିବା ଫଳରୁ ବିଜ୍ଞାନର ପାସ୍ ହାର ୯୪.୧୨% ଥିବାବେଳେ,
ମୋଟ ୭୨ ହଜାର ୧୦୬ ଜଣ ପାସ କରିଛନ୍ତି ।ଏଥି ମଧ୍ୟରୁ ବାଳକ ପାସ୍ ସଂଖ୍ୟା-୪୫,୫୮୭ ବେଳେ ବାଳିକ ପାସ୍ ସଂଖ୍ୟା-୩୨ ହଜାର ୫୧୯ରହିଛି ।ତେବେ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ୫୦ ହଜାର,୧୫୭ ଜଣ ,ଦ୍ୱିତୀୟ ଶ୍ରେଣୀରେ ୧୪ ହଜାର ୯୩୨ ଜଣ ଏବଂ ତୃତୀୟ ଶ୍ରେଣୀରେ ୬ ହଜାର ୯୧୦ ଜଣ ଅଛନ୍ତି । ସେହିଭଳି ପ୍ରାୟ ୧ହଜାର ୧୨୪ ଜଣ ବିଜ୍ଞାନରେ ୯୦ ପ୍ରତିଶତ ମାର୍କ ରଖିଛନ୍ତି ।


ସେହିଭଳି ବାଣିଜ୍ୟରେ ପାସ୍ ହାର ୮୯.୨୦% ରିହିଛି ।୨୩ ହଜାର ୭୨୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧ ହଜାର ୧୬୫ ଜଣ ପାସ୍ କରିଛନ୍ତି ବାଣିଜ୍ୟରେ ।ଏଥିରେ ପ୍ରଥମ ଶ୍ରେଣୀରେ ମୋଟ ପାସ୍ କରିଛନ୍ତି ୧୦ ହଜାର ୮୬୩ ଜଣ,ଦ୍ୱିତୀୟ ଶ୍ରେଣୀରୁ ୫ ହଜାର ୫୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୫ ହଜାର ୨୪୨ ଜଣ ପାସ୍ କରିଛନ୍ତି ।ବାଣିଜ୍ୟରେ ବାଳକ ପାସ୍ ହାର ୮୮.୩୨% ଥିବାବେଳେ ,ବାଳିକା ପାସ୍‌ହାର ୯୦.୭୧ ରହିଛି । ପ୍ରାୟ ୨୭୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ପାସ୍ କରିଛନ୍ତି ବାଣିଜ୍ୟରେ ।

Leave a Reply

Your email address will not be published. Required fields are marked *