Pratidin TV

Odisha's Digital News Platform

୭୫ତମ ସାଧାରଣତନ୍ତ୍ର ଦିବସକୁ ପାଳୁଛି ଗୁଗୁଲ୍ , ପ୍ରସ୍ତୁତ କଲା ସ୍ୱତନ୍ତ୍ର ଡୁଡୁଲ୍ …

1 min read

ଆଜି ଦେଶ ପାଳୁଛି ୭୫ତମ ଗଣତନ୍ତ୍ର ଦିବସ । କାଶ୍ମିରୀ ରୁ କନ୍ୟା କୁମାରୀ ପର୍ଯ୍ୟନ୍ତ ସବୁଠି ଉତ୍ସବ ମୁଖର । ଆଜି ପ୍ରତ୍ୟକ ଭାରତୀୟ ତ୍ରୀରଙ୍ଗାର ରଙ୍ଗରେ ରଙ୍ଗାୟିତ । ଏହି ଅବସରରେ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ୍ ଏକ ସ୍ୱତନ୍ତ୍ର ଡୁଡୁଲ୍ ପ୍ରସ୍ତୁତ କରିଛି । ଗଣତନ୍ତ୍ର ଦିବସ ଅବସରରେ ଗୁଗୁଲ୍ ଭାରତର ବୈଷୟିକ ବିପ୍ଳବକୁ ପ୍ରଦର୍ଶିତ କରିଛି ।

ଗୁଗୁଲ୍ ପ୍ରଥମ ଭାଗରେ ପ୍ୟାରେଡ ଏକ କଳା ଧଳା ଟିଭରେ ଦେଖାଇଥିବାବେଳେ , ଦ୍ୱୀତିୟ ଭାଗରେ ପ୍ୟାରେଡ ଏକ ରଙ୍ଗିନୀ ଟିଭିରେ ଏବଂ ତୃତୀୟ ଭାଗରେ ସ୍ମାର୍ଟ ଫୋନ୍ ର ପରଦାରେ ଦେଖାଇଛି । ସମୟ ସହିତ ଘଟୁଥିବା ବୈଷୟିକ ପରିବର୍ତ୍ତନ ଏବଂ ସାଧାରଣତନ୍ତ୍ର ଦିବସର ପ୍ୟାରେଡ ଦେଖାଇବାକୁ ଡୁଡୁଲ୍ ର ଏକ ଭିନ୍ନ ପ୍ରୟାସ । ଏହି ଡୁଡଲ୍ ଦର୍ଶାଉଛି ଯେ ଗତ ୭୫ ବର୍ଷ ମଧ୍ୟରେ ଭାରତରେ ଘଟିଥିବା ବୈଷୟିକ ପରିବର୍ତ୍ତନ ଏବଂ ବିଭିନ୍ନ ସମୟରେ ବିଭିନ୍ନ ପରଦାରେ ଗଣତନ୍ତ୍ର ଦିବସର ପ୍ୟାରେଡ କିପରି ଦେଖାଯାଇଛି ।

Advertisement

Leave a Reply

Your email address will not be published. Required fields are marked *