Pratidin TV

Odisha's Digital News Platform

ରାଜ୍ୟରେ ପୁଣି ବଢୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ୧୦୩୦ ପଜେଟିଭ୍

ଭୁବନେଶ୍ୱର : ରାଜ୍ୟରେ ପୁଣି ନିଜର କାୟା ବିସ୍ତାର କରୁଛି କରୋନା । ପ୍ରତ୍ୟକଦିନ ହଜାର ଡେଉଁଛି ସଂକ୍ରମଣ ।ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୦୩୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୦୩ଜଣ,ସ୍ଥାନୀୟ ସଂକ୍ରମଣରୁ ୪୨୬ ଜଣ ଏବଂ ୧୮ ବର୍ଷ ବୟସ ମଧ୍ୟରେ ୧୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।


ରାଜ୍ୟ ସୂଚନା ଓ ଲୋକ ସର୍ମ୍ପକ ବିଭାଗ ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାରୁ ୧୬୪,ମୟୁରଭଞରୁ୧୧୦,କଟକରୁ୫୦,ସୁନନ୍ଧରଗଡରୁ୨୨୭,ସମ୍ବଲପୁରୁ୭୭,ସୋନପୁରୁ୩୬,ଷ୍ଟେଟପୁଲରୁ୩୬,ରାୟଗଡାରୁ୧୮,ନୟାଗଡରୁ୨୦,କେନ୍ଦ୍ରାପଡାଓକୋରାପୁଟରୁ୧୭,ଝାରସୁଗୁଡାରୁ୨୧,କନ୍ଦମାଳରୁ୨୬,କଳାହାଣ୍ଡିରୁ୨୬,ଯାଜପୁରରୁ୧୯,ଗଜପତିରୁ୭,ଦେଓଗଡରୁ୯,ଢେଙ୍କାନାଳରୁ୩,ନୂଆପଡାରୁ୧୧,ବାଲେଶ୍ୱରରୁ୨୩,ବରଗଡରୁ୨୨,ଭଦ୍ରକରୁ୧୧,ବଲାଙ୍ଗିରୁ୩୫,ବୌଦ୍ଧରୁ୧୨ ଓ ଅନୁଗୁଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।


ସେହିପରି ରାଜ୍ୟରେ ବର୍ତ୍ତମାନ ସୁର୍ଦ୍ଧା ୧୩ଲକ୍ଷ ୧୦ ହଜାର ୧୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,୧୨ ଲକ୍ଷ ୯୩ ହଜାର୯୫୧ ଜଣ ସୁସ୍ଥ ହୋଇଫେରିଛନ୍ତି ।ତେବେ ଏହାସହ ରାଜ୍ୟରେ ୩୨୫୭୯୨୬୯ ସାମ୍ପୁଲ ଟେଷ୍ଟ ଏବେସୁର୍ଦ୍ଧା ସରିଛି ।

Leave a Reply

Your email address will not be published. Required fields are marked *