Pratidin TV

Odisha's Digital News Platform

ଅଯୋଧ୍ୟାରେ ରାମ ମନ୍ଦିର ଦର୍ଶନ କରିପାରିଲେନି ଅରୁଣ ଗୋବିଲ।

1 min read

ଜାନୁଆରୀ ୨୨ରେ ଅଯୋଧ୍ୟାର ଶ୍ରୀ ରାମଲାଲାଙ୍କ ସମାରୋହରେ ଯୋଗ ଦେଇଥିଲେ ରାମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିଥିବା ଅରୁଣ ଗୋବିଲ । ତାଙ୍କୁ ତାଙ୍କ ପ୍ରଶଂସକମାନେ ବହୁତ ସମ୍ମାର ସହ ସ୍ୱାଗତ କରିଥିଲେ, କିନ୍ତୁ ଅରୁଣ ସେଠାରୁ ନିରାଶ ହୋଇ ଫେରିଥିଲେ । ମହାନ ସମାରୋହ ସମାରୋହର କିଛି ଦିନ ପୂର୍ବରୁ ଅରୁଣ ଗୋବିଲ ସେଠାରେ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିଆ ଏବଂ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରିଙ୍କ ସହ ସେଠାରେ ପହଞ୍ଚିଥିଲେ, କିନ୍ତୁ ସେମାନେ ରାମଲାଲାଙ୍କୁ ଦେଖି ପାରିନଥିଲେ।

ରାମ ମନ୍ଦିର ଉପରେ ପ୍ରଶ୍ନ ଉଠିବା ପରେ ଅରୁଣ କହିଥିଲେ କି ସପ୍ନ ତ ପୁରା ହୋଇଗଲା କିନ୍ତୁ ମତେ ଦର୍ଶନ ମିଳିପାରିଲା ନାହିଁ । ମୁ ଏହି ସମୟରେ କିଛି କହିପାରିବି ନାହିଁ । ସେ ସାମ୍ବାଦିକମାଙ୍କୁ କହିଛନ୍ତି ସେ ପୁଣି ଅଯୋଧ୍ୟା ଆସିବେ ଆଉ ବହୁତ ଶାନ୍ତିରେ ରାମଙ୍କୁ ଦର୍ଶନ କରିବେ ।

Advertisement

ଏହାପୂର୍ବରୁ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲାହିରୀ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କହିଥିଲେ ଯେ ସେ ଅଯୋଧ୍ୟାରେ ପହଞ୍ଚିବାର ଦୁଇ ଦିନ ବିତିଯାଇଥିଲେ ମଧ୍ୟ ରହିବାକୁ ସ୍ଥାନ ପାଇ ନଥିଲେ, ତେଣୁ ସେ କିପରି ଏହି ସମାରୋହରେ ଯୋଗଦେବେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। । କିନ୍ତୁ ସୁନୀଲ ଏହି ସମାରୋହରେ ଯୋଗ ଦେଇ ଭିଡିଓ ପୋଷ୍ଟ କରିଥିଲେ।

ପ୍ରାଣ ପ୍ରତିଷ୍ଠା ସମାରୋହରେ ବଲିଉଡର ବହୁତ ନାମି କଳାକାରମାନେ ଅଂଶଗ୍ରହଣ କରିଥିଲେ | ଶ୍ରୀ ରାମଙ୍କ ଦର୍ଶନ ପାଇଁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ବିକି କୌଶଲ, କ୍ୟାଟ୍ରିନା କ୍ୟାଫ , ଆଲିଆ ଭଟ୍ଟ, ରଣବୀର କପୁର, ଆୟୁଷ୍ମାନ ଖୁରାନା, ରଣଦୀପ ହୁଡା, କଙ୍ଗନା ରାନାୱତ, ଶଙ୍କର ମହାଦେବନ, ସୋନୁ ନିଗମ, ଅନୁପମ ଖେର ଏବଂ ମାଧୁରୀ ଦୀକ୍ଷିତଙ୍କ ଏକ ଅଂଶ ହୋଇଥିଲେ।

Leave a Reply

Your email address will not be published. Required fields are marked *