Pratidin TV

Odisha's Digital News Platform

ଚତ୍ମକାରୀ ଝରଣା ତଳେ ଜଳୁଛି ନିଆଁ , ଜାଣନ୍ତୁ କେଉଁ ସ୍ଥାନରେ ଅବସ୍ଥିତ ଏହି ମ୍ୟାଜିକଲ୍ ଜଳପ୍ରପାତ ….

1 min read

ବିଶ୍ୱ ବ୍ରହ୍ମାଣ୍ଡରେ ଏମିତି ଅଦ୍ଭୁତ ସ୍ଥାନ ରହିଛି ଯାହାର ରାଜ୍ ବର୍ତ୍ତମା ପର୍ଯ୍ୟନ୍ତ ମଧ୍ୟ ରାଜ୍ ହୋଇ ରହିଛି । ଦୁନିଆ ଅତ୍ୟାଧୁନିକ ଯୁଗରେ ପାଦ ଥାପିଲେ ମଧ୍ୟ ଆଜିବି କିଛି ଅଲୌକିକ ଅଦ୍ଭୁତ ଦୃଶ୍ୟ ଜିନିଷ ମଣିଷ ଚିନ୍ତନରୁ ବହୁତ ଦୂରରେ । ଆଜି ଆମେ ସେହିଭଳି ଏକ ସ୍ଥାନ ବିଷୟରେ କହିବୁ ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇ ଯିବେ । ଏଭଳି ଏକ ଛୋଟ ଜଳପ୍ରପାତ ଅଛି ଯାହାକୁ ଲୋକ ଯାଦୁକର ଜଳପ୍ରପାତ ବୋଲି କହିଛନ୍ତି । କାରଣ ଏଠାରେ ଏଭଳି କିଛି ଘଟିଥାଏ କି ଯାହାକୁ ନିଜ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରି ପାରିବେ ନାହିଁ ।

ହେଲେ ଏହି ଝରଣାଟି ଭାରତରେ ନୁହେଁ ଆମେରିକାର ନ୍ୟୁୟର୍କରେ ଅବସ୍ଥିତ ଚେଷ୍ଟନାଟ୍ ରିଜ୍ ପାର୍କରେ ରହିଛି । ତେବେ ଏହି ଝରଣାଟି ଦେଖିବାକୁ ଯେତିକି ସୁନ୍ଦର ସେତିକି ରହସ୍ୟମୟୀ ମଧ୍ୟ । ଏହାର ଆରମ୍ଭ କେଉଁଠୁ ଶେଷ କେଉଁଠି ତାହା ଜାଣିବା ଖୁବ୍ କଷ୍ଠକର । ସବୁଠାରୁ ରୋଚକ କଥା ହେଉଛି ଏପରି ଏକ ଝରଣା ଯାହା ଭିତରେ ଦୀର୍ଘ ବର୍ଷ ଧରି ନିଆଁ ଜଳୁଛି । ଆଗରେ ଝରଣା ବୋହୁଛି ଆଉ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଏହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଏହାକୁ ଅନେକ ଚତ୍ମକାର କହୁଥିବା ବେଳେ ବୈଜ୍ଞାନିକଙ୍କ ମତ କିନ୍ତୁ ଭିନ୍ନ । ତେବେ ଏହି ଝରଣାଟିର ନାଁ ହେଉଛି ଏକ୍ସଟ୍ରନାଲ୍ ଫ୍ଲେମ୍ ଫଲ୍ସ । ଯେଉଁଠି ହଜାର ବର୍ଷ ଧରି ଏକ ଖାଲି ସ୍ଥାନରେ ଏକ ନିଆଁ ଜଳୁଛି । ଏତେ ବର୍ଷ ଧରି ନିଆଁର କ୍ରମାଗତ ଜଳିବା ଏକ ଚମତ୍କାରଠାରୁ କମ୍ ନୁହେଁ । ଯେତେବେଳେ ଲୋକମାନେ ଏହାର ଚମତ୍କାର ଦୃଶ୍ୟ ଦେଖନ୍ତି, ସେମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି ।

Advertisement

ଅନନ୍ତ ଫ୍ଲେମ୍ ଜଳପ୍ରପାତ ହେଉଛି ଏକ ୩୫ ଫୁଟ ଉଚ୍ଚ ଜଳପ୍ରପାତ, ଯାହା ଭିତରେ ଏକ ଛୋଟ ସ୍ଥାନ ଅଛି ଯେଉଁଠାରେ ପ୍ରାୟ ୮ଇଂଚ ଉଚ୍ଚର ନିଆଁ ଜଳୁଛି । ହଜାର ହଜାର ବର୍ଷ ପୂର୍ବେ ଏହାକୁ ସ୍ଥାନୀୟ ଆମେରିକୀୟମାନେ ପୋଡି ଦେଇଥିବା ବିଶ୍ୱାସ କରାଯାଏ । ତେବେ ବୈଚ୍‌ଞାନିକ ମାନେ ବିଶ୍ୱାସ କରନ୍ତି ଯେ ଏହା ପଛରେ ପ୍ରାକୃତିକ ଗ୍ୟାସର ଉତ୍ସ ହୋଇପାରେ, କିନ୍ତୁ ନିଆଁ ଜଳିବା ପଛରେ ଠୋସ୍ କାରଣ କ’ଣ ତାହା ଉପରେ ଭିନ୍ନ ମତ ରହିଛି ଏବଂ ଅନୁସନ୍ଧାନକାରୀମାନେ ଏପର୍ଯ୍ୟନ୍ତ ଠୋସ୍ କାରଣ ଖୋଜି ପାଇ ନାହାଁନ୍ତି । ଯଦିଓ ସମଗ୍ର ବିଶ୍ୱରେ ଅନେକ ‘ପ୍ରାକୃତିକ’ ଅଗ୍ନି ଅଛି ଏବଂ ଏହି ଅଗ୍ନି ସେମାନଙ୍କ ମଧ୍ୟରୁ ଏହା ଗୋଟିଏ । ଏହି ଜଳପ୍ରପାତ ଏକ ରହସ୍ୟ ହୋଇ ରହିଛି ।

କିଛି ବୈଜ୍ଞାନିକ ଅନୁଯାୟୀ ଏଠାରେ ଏପରି ବିଚିତ୍ର ହେବାର କାରଣ ହେଉଛି ମିଥେନ ଗ୍ୟାସ । ଝରଣାର ତଳେ ଥିବା ଗୁମ୍ଫାରେ ମିଥେନ ଗ୍ୟାସ ନିର୍ଗତ ହୁଏ । ଆଉ ଏହି କାରଣରୁ ହିଁ ଏହି ନିଆଁ ଜଳୁଛି । କେହି ଏହି ଗ୍ୟାସରେ ନିଆଁ ଲଗାଇ ଦେଇଥିଲେ । ସେହି ଦିନଠାରୁ ହିଁ ଏଠାରେ ନିଆଁ ଜଳୁଛି । ଏହା ଦଶନ୍ଧି ପୂର୍ବରୁ କରାଯାଇଥିଲା । କୁହାଯାଏ କି ଏହି ନିଆଁ ଲିଭା ଯାଇପାରେ, କିନ୍ତୁ ଗ୍ୟାସ ନିର୍ଗମନ ହେତୁ ନିଆଁ ପୁନଃ ଜଳିବାର ସମ୍ଭାବନା ଅଧିକ ରହିଛି । କିନ୍ତୁ ଏହି ରହସ୍ୟର ସଠିକ୍ କାରଣ କେହି ବି ଜାଣିପାରି ନାହାନ୍ତି । ଏହି କାରଣରୁ ଝରଣା ତଳେ ଜଳୁଥିବା ନିଆଁର ରହସ୍ୟ ଏବେ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *