ଭାଇ ପାଇଁ ଭାଇ ଦେଲା ଜୀବନ : ବଡଭାଇର ମୃତ୍ୟୁ ଖବର ଶୁଣି ବିଷ ପିଇଲା ସାନଭାଇ
1 min readଭୁବନେଶ୍ୱର : ଆପଣମାନେ ଆଜିକାଲି ସମାଜରେ ଧନସମ୍ପତି ପାଇଁ ହେଉ କିମ୍ବା ପାରିବାରିକ କଳହରୁ ହେଉ ଭାଇ ଭାଇର ଜୀବନ ନେବା ଅନେକ ଶୁଣୁିଥିବେ । କିନ୍ତୁ ଏଠି ଭାଇ ପାଇଁ ନିଜ ଜୀବନକୁ ମୃତ୍ୟୁ ମୁଖକୁ ଟାଣି ଆଣିଛି ଆଉ ଗୋଟେ ଭାଇ । ଏକ ହୃଦୟ ବିଦାରକ ଘଟାଣାଟି ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା କୁମ୍ଭାରଖାନ ଗାଁରେ । ପିତା ଆଶ୍ୱିନୀ ଟୁପେ ସ୍ତ୍ରୀ ଓଚବଡ ପୁଅ ଦୀପକ ପୁଟେ(୨୫) ଏବଂ ସାନପୁଅ ବିଶ୍ୱଜିତ ଟୁପେ (୧୪ ) ଙ୍କୁ ନେଇ ସଂସାର ।
ତେବେ ସୁଚନା ମୁତାବକ ଗତକାଲି ସନ୍ଧ୍ୟାରେ ବଡ ପୁଅ ଦିପକ ଗାଁ ନିକଟରେ ଥିବା ଛେଲିଆମାଲ ଡ୍ୟ।।ମକୁ ମାଛ ଧରିବାକୁ ଯାଇଥିଲେ । ପାଣି ଭିତରେ ପଶି ମାଛ ଧରୁଥିବା ସମୟରେ ପାଣିରୁ ବାହାରକୁ ବହାରିପାରିନଥିଲେ । ଏହାପରେ ବହିତ ସମୟ ଧରି ଦୀପକ ଘରକୁ ନଫେରିବାରୁ ଘରଲୋକେ ତାଙ୍କୁ ଅନେକ ଖୋଜାଖୋଜି କରି ମଧ୍ୟ ପାଇନଥିଲେ ।ଆଜି ସକାଳୁ ଦୀପକଙ୍କ ମୃତଦେହ ପାଣିରେ ଭାସୁଥିବାର ଦେଖି ଗାଁ ଲୋକ ପୋଲିସକୁ ସୂଚନା ଦେଇଥିଲେ ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତ ଶରୀରକୁ ପାଣିରୁ ଉଦ୍ଧାର କରି ଶବ ବ୍ୟାବିଚ୍ଚେଦ ପାଇଁ ପଠାଇଛି । ଏପଟେ ଘରର ବଡ ପୁଅର ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଥିଲେ ଘରଲୋକେ ।
ବଡଭାଇର ମୃତ୍ୟୁ ଖବରକୁ ସହ୍ୟ କରିପାରିନଥିଲର ସାନଭାଇ ବିଶ୍ୱଜିତ । ଭାଇ ପରେ ସେ ଆଉ ବଞ୍ଚିବେନି ବୋଲି ସ୍ଥିର କରିନେଇ , ଘରେଥିବା ରାସାୟନିକ ସାର ବା ବିଷ କୁ ପିଇଦେଇଥିଲେ ।କିନ୍ତୁ ବିଷର ଜ୍ୱାଳା ସହିନପାରି ଜନ୍ତ୍ରଣାରେ ଛଟ୍ପଟ୍ ହେବାରୁ ଘରଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ପାଟଣାଗଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ବଡପୁଅର ମୃତ୍ୟୁ ପରେ ସାନ ପୁଅର ଏଭଳି ପରିସ୍ଥତିରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପଡିଛନ୍ତ ଘରଲୋକେ । ଏପରି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିବା ପରେ ସମ୍ପୂର୍ଣ୍ଣ ଗାଁରେ ଶୋକରଛାୟା ଖେଳିଯାଇଛି ।