Pratidin TV

Odisha's Digital News Platform

ଯୌତୁକ ପାଇଁ ଜହ୍ଲାଦ ପାଲଟିଲା ସ୍ୱାମୀ, ସ୍ତ୍ରୀକୁ ହତ୍ୟା କରିବାକୁ କଲା ଉଦ୍ୟମ …

1 min read

ଇଏ କଣ ସାତ ଜନ୍ମର ସାଥୀ ହୋଇଥିବା ସେହି ସ୍ୱାମୀ ? ଯିଏ ବେଦୀ ଉପରେ ଦଶ ଦିଗପାଳକୁ ସାକ୍ଷୀ ରଖି ସ୍ତ୍ରୀ ର ସବୁ ସୁଖ ଦୁଃଖରେ ସାହା ହେବାକୁ କଥା ଦେଇଥିଲା । ହେଲେ ସାତ ଜନ୍ମ ତ ଦୁରର କଥା , ବିବାହର କିଛି ବର୍ଷ ମଧ୍ୟରେ ସ୍ୱାମୀ ପାଲଟିଗଲା ଜହ୍ଲାଦ । ସେହି ସୈତାନ ସ୍ୱାମୀ ମାନବିକତା ଭୁଲି ନିଜ ସ୍ତ୍ରୀର ଜୀବନ ନେବାକୁ ବି ପଛାଇଲାନି । ଯାହାର ଭିଡିଓ ଏବେ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲୁଛି ।

ଭଦ୍ରକ ଟାଉନ ଥାନା ଅଧିନ ଗବସାହି ଅଞ୍ଚଳରୁ ଏମିତି ଏକ ଚାଂଚଲ୍ୟକର ଭିଡ଼ିଓ ଏବଂ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଗବସାହିର ପଦ୍ମଲୋଚନ ଜେନା ନିଜ ସ୍ତ୍ରୀ ଅନୁସୟା କୁ ମଦ୍ୟପାନ ପରେ ନିର୍ଯାତନା ଦିଅନ୍ତି । ଶାଶୁ ମଧ୍ୟ ସ୍ୱାମୀ ସହ ମିଶି ଅଧିକ ଯୌତୁକ ପାଇଁ ଅକଥନୀୟ ଅତ୍ୟାଚାର କରିଥାନ୍ତି । ତେବେ ଗତକାଲି ରାତି ରେ ସ୍ୱାମୀ ମଦ ପିଇ ଆସିବାରୁ ଅନୁସୟା ଏହାକୁ ବାରଣ କରିଥିଲେ ।

Advertisement

ଏହାପରେ ଶାଶୁ ଙ୍କ ଉପସ୍ଥିତ ରେ ସ୍ୱାମୀ ଅନୁସୟାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଏପରିକି ପଦ୍ମଲୋଚନ ଅନୁସୟାଙ୍କ ମୁଣ୍ଡ ଉପରେ ଚଢ଼ି ମାଡ଼ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତେବେ ସେହି ଭିଡ଼ିଓରେ ଶାଶୁ ଅନୁସୟାଙ୍କ ଭାଈଙ୍କୁ ଟଙ୍କା ନେଇ ଆସିବା ପାଇଁ କହୁଥିବା ଶୁଣିବାକୁ ମିଳୁଛି । ତେବେ ଏହାପରେ ଅନୁସୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ସ୍ୱାମୀ କିମ୍ବା ସେମାନଙ୍କ ପରିବାର ଲୋକଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *