ବିବାହରେ ଶୁଭ ବେଳାରେ ପହଞ୍ଚିବା ପାଇଁ ଟ୍ରାଫିକ ଭିଡ଼ରେ କାରରୁ ବାହାରି ମେଟ୍ରୋରେ ଯାତ୍ରା କଲେ କନ୍ୟା
1 min readବେଙ୍ଗାଲୁରୁ: ଟ୍ରାଫିକ ଭିଡ ସମସ୍ୟା ସମସ୍ତେ ସାମ୍ନା କରନ୍ତି | କିନ୍ତୁ ଯଦି ଖାସ ଦିନରେ ଟ୍ରାଫିକ ଭିଡରେ ଫସିଗଲେ ଅଧିକ ବ୍ୟତିବ୍ୟସ୍ତ ହୋଇପଡିଥାଉ | ଆଉ ଯଦି କଥା ଆସେ ଜୀବନର ଖାସ ଦିନର ତେବେ ବହୁତ ଅସୁବିଧା ଦେଖିବାକୁ ମିଳେ କିନ୍ତୁ କୌଣସି ପ୍ରକାର ଉପାୟ ମଧ୍ୟ ନଥାଏ |କିନ୍ତୁ ବେଙ୍ଗାଲୁରୁରେ ଜଣେ କନ୍ୟା ନିଜ ବିବାହ ମଣ୍ଡପରେ ଠିକ ସମୟରେ ପହଞ୍ଚିବା ପାଇଁ ଟ୍ରାଫିକ ସମସ୍ୟାର କିଛି ଏହି ପରି ଭାବରେ କିଛି ନୂଆ ପନ୍ଥା ଆପାଣାଇଥିଲେ | କନ୍ୟା ସୁଭାବେଳରେ ବିବାହ ମଣ୍ଡପରେ ପହଞ୍ଚିବାରେ ଡେରି ନହେବା ଯୋଗୁ ଟ୍ରାଫିକ ତାଙ୍କ କାରରୁ ଓହ୍ଳାହାଇ ମେଟ୍ରୋ ଟ୍ରେନ୍ ର ସାହାରା ନେଇଥିଲେ |
ବିବାହ ମଣ୍ଡପ ଯିବା ପାଇଁ କନ୍ୟା କାର୍ ରେ ବସି ବାହାରିଥିଲା ହେଲେ ବେଙ୍ଗଲୁରିର ଟ୍ରାଫିକ ଏତେ ଭିଡ ଥିଲା କି ଗୋଟେ ମିନିଟ ପାଇଁ କନ୍ୟାକୁ ଲାଗିଥିଲା ସେ ଶୁଭ ବେଳାରେ ମଣ୍ଡପରେ ପହଁଚିପାରିବେ ନାହିଁ | ଏହି ସମୟରେ ତାଙ୍କ ବୁଦ୍ଧି ଖଟାଇଥିଲେ ଓ ଠିକ ସମୟରେ ମେଟ୍ରୋରେ ଆସି ବିବାହ ମଣ୍ଡପରେ ଶୁଭ ବେଳାରେ ପହଞ୍ଚିଯାଇଥିଲେ | ତାଙ୍କର ଟ୍ରାଫିକରୁ କାରରୁ ବାହାରିବା ଏବଂ ମେଟ୍ରୋରେ ବିବାହ ମଣ୍ଡପରେ ପହଞ୍ଚିବା ଏକ ଭିଡ଼ିଓରେ କଏଦ ହୋଇଥିଲା | ଭିଡ଼ିଓରେ କନ୍ୟା ମେଟ୍ରୋର ଏଣ୍ଟ୍ରି ଗେଟ କୁ ପାର କରି ମେଟ୍ରୋରେ ଯାତ୍ରା କରୁଛନ୍ତି ଆଉ ଶେଷରେ ସେ ବିବାହ ମଣ୍ଡପରେ ପହଞ୍ଚିଯିବାର ଦେଖା ଯାଉଛି |
ଯେତେବେଳେ ଏହି ଭିଡିଓ ACT ରେ ସେୟାର କରାଯାଇଥିଲା, ଉପଭୋକ୍ତାମାନେ ତାଙ୍କୁ ବହୁତ ପ୍ରଶଂସା କରିଥିଲେ ଏବଂ ତାଙ୍କୁ “ସ୍ମାର୍ଟ କନ୍ୟା” ବୋଲି କହିଥିଲେ | ଭିଡିଓ ସେୟାର କରି ସେ ଲେଖିଛନ୍ତି, “ୱାଟ ଷ୍ଟାର !! ଭାରି ଟ୍ରାଫିକରେ ଅଟକି ରହିଛନ୍ତି, ସ୍ମାର୍ଟ ବେଙ୍ଗାଲୁରୁ କନ୍ୟା ତାଙ୍କ ବିବାହ ପୂର୍ବରୁ କାର ଛାଡି ମେଟ୍ରୋ ନେଇ ତାଙ୍କ ବିବାହ ମଣ୍ଡପରେ ଶୁଭ ବେଳାରେ ପହଞ୍ଚିଥିଲେ !!