Pratidin TV

Odisha's Digital News Platform

ପୁଣି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ସୁପରଷ୍ଟାର ହ୍ରିତିକ୍ ରୋସନ

1 min read

ଭୁବନେଶ୍ୱର : ବଲିଉଡ୍‌ର ଥିବା ପ୍ରଥମ ଧାଡିର ନାୟକଙ୍କ ମଧ୍ୟରୁ ହ୍ରିତିକ୍ ଜଣେ । ତେବେ ପ୍ରଥମେ ହ୍ରିତିକ ନିଜ କ୍ୟାରିୟର ବଲିଉଡରେ ତାଙ୍କ ବାପା ରାକେଶ ରୋଶନଙ୍କ ନିଦ୍ଦେର୍ଶିତ ଫିଲ୍ମ ଗୁଡିକରେ ଜୁନିୟର ନିର୍ଦ୍ଦେଶକ ଭାବେ ଆରମ୍ଭ କରିଥିଲେ । ପରେ ସେ ତାଙ୍କ କ୍ୟାରିୟର କହୋନା ପ୍ୟାର ହେରୁ ଆରମ୍ଭ କରି ଫିଲ୍ମ ଦୁନିଆର ଶ୍ରେଷ୍ଠ ଅଭିନେତା ତଥା ଡ୍ୟାନ୍‌ସର ଭାବେ ପରିଚୟ ସୃଷ୍ଟିକରି ପାରିଥିଲେ । ସେ ୨୦୦୨ ମସିହାରେ ସୁଜାନ ଖାନ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ତେବେ ବିବାହର ଠିକ ୧୩ ବର୍ଷ ପରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇ ଯାଇଥିଲା ।

ଶୁଣିବାକୁ ମିଳୁଛି ଯେ ,ଏବେ ସୁଜାନ ଖାନ୍ ଅର୍ସଲନ ଗୋନି ନାମକ ବ୍ୟକ୍ତିଙ୍କୁ ଡେଟ୍ କରୁଥିବା ବେଳେ ହ୍ରିତିକ୍ ମଧ୍ୟ ଅଭିନେତ୍ରୀ ସବ୍ୱା ଆଜାଦଙ୍କୁ ଦୀର୍ଘଦିନ ଧରି ଡେଟ୍ କରିଆସୁଛନ୍ତି । ତେବେ ଦୁହେଁ ନିଜ ସମ୍ପର୍କକୁ ନେଇ ସିରିୟସ୍ ଅଛନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଛନ୍ତି ।ଏହା ସହ ଉଭୟ ଖୁବ୍ ଶ୍ରୀଘ୍ର ବିବାହ ବନ୍ଧନରେ ବାନ୍ଧିହେବେ ବୋଲି ମଧ୍ୟ ପ୍ରକାଶ କରିଥିଲେ ସେଠାରେ ।

Advertisement

Leave a Reply

Your email address will not be published. Required fields are marked *