Pratidin TV

Odisha's Digital News Platform

ଘଟିଲା ବଡ଼ ଚମତ୍କାର , ପ୍ରାଣ ପ୍ରତିଷ୍ଠା ପରେ ବଦଳି ଯାଇଛି ରାମଲଲାଙ୍କ ମୁଖ ମଣ୍ଡଳ..

1 min read

ପ୍ରାଣ ପ୍ରତିଷ୍ଠା ପରେ ଘଟିଲା ବଡ଼ ଚମତ୍କାର । ବଦଳିଗଲା ରାମଲଲାଙ୍କ ମୁଖ ମଣ୍ଡଳ । । ପ୍ରଭୁଙ୍କ ପ୍ରତିମାରେ ଏପରି ପରିବର୍ତ୍ତନ ହୋଇଛି ବିଗ୍ରହକୁ ନିର୍ମାଣ କରିଥିବା ଖୋଦ୍ ମୂର୍ତ୍ତିକାର ଅରୁଣ ଯୋଗୀରାଜ ବି ତାହାକୁ ଚିହ୍ନି ପାରି ନାହାନ୍ତି । ଅରୁଣ ୭ ମାସ ଧରି ବିଗ୍ରହକୁ ନିର୍ମାଣ କରିବା ସହ ବିଗ୍ରହ ଗର୍ଭଗୃହରେ ସ୍ଥାନିତ ହେବା ପର୍ଯ୍ୟନ୍ତ ୧୦ ଦିନ ସମୟ ମୂର୍ତ୍ତି ସହିତ ବିତାଇଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରାଣ ପ୍ରତିଷ୍ଠା ପରେ ରାମଲଲାଙ୍କ ଚାହାଣି, ଆକୃତି ଓ ମୁଖର ଭାବ ଏତେ ପରିବର୍ତ୍ତନ ହୋଇଯାଇଥିଲାଯେ ବିଗ୍ରହ ନିର୍ମାତା ମଧ୍ୟ ମୂର୍ତ୍ତିକୁ ଚିହ୍ନି ପାରିନଥିଲେ ବୋଲି ଶୁଣିବାକୁ ମିଳୁଛି ।

ତେବେ ମୂର୍ତ୍ତିକାର ଅରୁଣ ପଥରକୁ ପ୍ରଭୂ ରାମଲଲାଙ୍କର ରୂପ ଦେଇଥିଲେ , ମାତ୍ର ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୂ ଦିବ୍ୟ ରୂପରେ ଝଲସୁଛନ୍ତି । ସ୍ୱର୍ଣ୍ଣ ଅଳଙ୍କାର ସାଙ୍ଗକୁ ବିଭିନ୍ନ ଆଭୁଷଣରେ ସଜ୍ଜିତ ହେବା ପରେ ରାମଲଲା ସତେ ଯେମିତି ଜୀବନ୍ତ ହୋଇ ଉଠିଛନ୍ତି । ତେଣୁ କୋଟି କୋଟି ଜନ୍ମର ପାପକୁ କ୍ଷୟ କରିବା ପାଇଁ ଅଯୋଧ୍ୟାକୁ ଏବେ ଭକ୍ତଙ୍କର ସୁଅ ଛୁଟିଛି । ମନ୍ଦିରରେ ଭକ୍ତ ମାନଙ୍କର ଭିଡ଼କୁ ଦେଖି ସାଧାରଣ ଦର୍ଶନ ସମୟକୁ ବଢ଼ାଇଛି ସ୍ଥାନୀୟ ପ୍ରଶାସନ । ଏଣିକି ଭକ୍ତ ସକାଳ ୬ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିପାରିବେ ବୋଲି ସ୍ଥାନୀୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *