Pratidin TV

Odisha's Digital News Platform

ବାପା ହେବତ ଏମିତି , ପୁଅକୁ ନ୍ୟାୟ ଦେବାକୁ ପୋଲିସ ଚାକିରି ଛାଡ଼ି ହୋଇଗଲେ ଓକିଲ …

1 min read

ଧୀରେ ଧୀରେ ସମୟ ହୁଏତ ମନରୁ ଲିଭାଇ ଦେଇଥାନ୍ତା ପୁଅ ମୃତ୍ୟୁର କଥା । ଆଇନ୍‌କାନୁନ୍ ର ଲୁଚା ଛପା ଖେଳ ଆଗରେ ସେ ହୁଏତ ନିରବ ହୋଇଯାଇଥାନ୍ତେ । ହେଲେ ସେ ପରା ବାପା ମନ , କେମିତି ଏତେ ସହଜରେ ଭୁଲି ପାରିବେ କୁନି ପୁଅର ମୃତ୍ୟୁକୁ । ମୃତ ପୁଅକୁ ନ୍ୟାୟ ଦେବାକୁ ବାପା କରିଥିଲା ସଂଷର୍ଷ । ଏହପରେ ବାପା ପାଲଟି ଯାଇଥିଲେ ଓକିଲ । ଯାହାକୁ ଦେଖିବା ପରେ ସମସ୍ତେ କହିଛନ୍ତି ବାପା ହେବତ ଏମିତି । ସାଉଥ ଚାଇନାର ୟାଙ୍ଗସି ପ୍ରାନ୍ତରେ ଜଣେ ବାପା ମୃତ ପୁଅକୁ ନ୍ୟାୟ ଦେବା ପାଇଁ ପୁଲିସ ଚାକିରି ଛାଡ଼ି ଓକିଲ ହୋଇଛନ୍ତି ।

ସୂଚନାମୁତାବକ ୨୦୨୧ ନଭେମ୍ବର ୯ ତାରିଖରେ ୟଙ୍ଗସି ପ୍ରାନ୍ତରେ ଜଣେ ଛାତ୍ର ଜୀବନ ହାରି ଦେଇଥିଲେ । ଜୀବନ ହାରିବା ପୂର୍ବରୁ ଏକ ଚିଠି ଲେଖିଥିଲେ । ଯେଉଁ ଚିଠିରେ ଛାତ୍ର ଜଣକ ଲେଖିଥିଲେ , ‘ ମୋର ମୃତ୍ୟୁ ପାଇଁ ବାପା, ମା’ କି ସମାଜ ଦାୟୀ ନୁହନ୍ତି । ଏଥିପାଇଁ କେବଳ ଜୁ ହିଁ ଦାୟୀ ।’ମୃତ ଛାତ୍ରଙ୍କ ନାମ ଡିଙ୍ଗଜି ଝାଙ୍ଗ । ପୁଅର ମୃତ୍ୟୁ ପରେ ଛାତ୍ରଙ୍କ ବାପା ଓ ମା’ ସ୍କୁଲ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ସିସିଟିଭି ରୁ ଜଣା ପଡିଥିଲା ଯେ ଛାତ୍ରଙ୍କ ମୃତ୍ୟୁ ଦିନ ଶିକ୍ଷକ ଜୁ ସମସ୍ତ ପିଲାଙ୍କ ସାମ୍ନାରେ ଝାଙ୍ଗଙ୍କ ନୋଟ ବୁକ ଫାଡ଼ି ଯାଇଥିବାରୁ , ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଜୀବନ ହାରିବା ପାଇଁ ଶିକ୍ଷକ ଜଣକ ପ୍ରବର୍ତ୍ତାଇଥିଲେ ।

Advertisement

ଶେଷରେ ନିରାଶ ଓ ହତାଶ ହୋଇ ଛାତ୍ର ଜଣକ ସ୍କୁଲ ନିକଟରେ ଥିବା ୨୪ ମହଲା କୋଠାରୁ ଡେଇଁ ଜୀବନ ହାରି ଥିଲେ । ଏହି ଘଟଣାକୁ ନେଇ ଶିକ୍ଷକ ଙ୍କ ଦୋଷ ଥିବା ବାପା ମାଆ ଦାବି କରିଥିଲେ । ଏହାପରେ ମୃତ ଛାତ୍ରଙ୍କ ବାପା ପରେ ପୁଲିସ ଚାକିରି ଛାଡ଼ି ଦେଇ ଓକିଲାତି ପଢ଼ିଥିଲେ । ଓକିଲ ହେବାପରେ ପୁଅକୁ ନ୍ୟାୟ ଦେବା ପାଇଁ ସମସ୍ତ ପ୍ରମାଣ ଏକାଠି କରିଥିଲେ । ଶେଷରେ ଶିକ୍ଷକ ଜୁଙ୍କୁ କୋର୍ଟରେ ସମସ୍ତ ସାକ୍ଷୀ ଓ ପ୍ରମାଣ ଦେବା ପରେ ଏବେ ପୁଅକୁ ନ୍ୟାୟ ଦେବା ପାଇଁ ଅପେକ୍ଷା କରି ରହିଛନ୍ତି ଓକିଲ ବାପା ।

Leave a Reply

Your email address will not be published. Required fields are marked *