Pratidin TV

Odisha's Digital News Platform

‘ମନ୍ କି ବାତ’ କାର୍ଯ୍ୟକ୍ରମରେ ମୋଦୀ କହିଲେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶକୁ ଏକାଠି କରିଛି …

1 min read

ଆଜି ବର୍ଷର ପ୍ରଥମ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କୁ ସମ୍ବୋଦ୍ଧିତ କରିଛନ୍ତି ମୋଦୀ । ‘ମନ୍ କି ବାତ’ କାର୍ଯ୍ୟକ୍ରମର ଏହା ୧୦୯ ତମ ଏପିସୋଡ ଅଟେ । ‘ମନ୍ କି ବାତ’ ମାଧ୍ୟମରେ ରାମ ମନ୍ଦିର, ନାରୀଶକ୍ତି, ପଦ୍ମ ପୁରସ୍କାର, ଅଙ୍ଗଦାନ ଏବଂ ଗଣତନ୍ତ୍ର ସମ୍ପର୍କରେ ଦେଶବାସୀଙ୍କ ସହ ଆଲୋଚନା କରିଛନ୍ତି ।

ଏହି ବର୍ଷ ସମ୍ବିଧାନ ୭୫ ବର୍ଷ ପୂରଣ କରିଛି ଏବଂ ସୁପ୍ରିମକୋର୍ଟ ମଧ୍ୟ ୭୫ ବର୍ଷ ପୂରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଭୁ ରାମଙ୍କ ଶାସନ ମଧ୍ୟ ଆମ ସମ୍ବିଧାନ ନିର୍ମାତାମାନଙ୍କ ପାଇଁ ପ୍ରେରଣାର ଉତ୍ସ ଅଟେ, ସେଥିପାଇଁ ଜାନୁଆରୀ ୨୨ରେ ଅଯୋଧ୍ୟାରେ ମୁଁ ଦେବଙ୍କ ସହ ଦେଶ ବିଷୟରେ, ରାମ ରାଷ୍ଟ୍ର ବିଷୟରେ କହିଥିଲି । ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠାଦେଶର କୋଟି କୋଟି ଲୋକଙ୍କୁ ଏକତ୍ର କରିଛି । ସମସ୍ତଙ୍କ ହୃଦୟରେ ଏବଂ ସମସ୍ତଙ୍କ ଭକ୍ତିରେ ରାମ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *