Pratidin TV

Odisha's Digital News Platform

ନବଦାସଙ୍କ ହତ୍ୟା କାଣ୍ଡକୁ ପୁରିଲା ବର୍ଷେ , ହେଲେ ଏଯାଏଁ ସ୍ପଷ୍ଟ ହୋଇପାରିଲାନି ହତ୍ୟାକାଣ୍ଡର କାରଣ…

1 min read

ରାଜୈତିକ , ବୈବସାୟିକ , ନା ବ୍ୟକ୍ତିଗତ ଶତୃତାରୁ ହତ୍ୟା । କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳ । ଏହାପଛରେ କଣ ରହିଛି କାରଣ । ଆଜି ଏମିତି ଅସମାହିତ ପ୍ରଶ୍ନ ଭିତରେ ନବ ଦାସଙ୍କ ମର୍ଡର ମିଷ୍ଟ୍ରିକୁ ପୁରିଯାଇଛି ଏକ ବର୍ଷ । କାରଣ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତଠୁ ଆମେରିକୀୟ ତଦନ୍ତକାରୀ ସଂସ୍ଥା FBI ଯାଏଁ କଥା ଉଠିଲା । ହେଲେ ଆଜିଯାଏ ମନ୍ତ୍ରୀ ନବଦାସଙ୍କ ହତ୍ୟା ପଛର କାରଣ ଜଣାପଡିଲାନି ।

୨୦୨୩ ଜାନୁଆରୀ ୨୯ରେ ମନ୍ତ୍ରୀ ନବ ଦାସଙ୍କ କାର୍ ଗାନ୍ଧୀ ଛକ ନିକଟରେ ରବିବାର ମଧ୍ୟାହ୍ନ ୧୨ଟା ୧୫ମିନିଟ୍‌ରେ ପହଞ୍ଚିଥିଲା । ତାଙ୍କୁ କାର୍ ଭିତରୁ ସମର୍ଥକମାନେ ପୁଷ୍ପମାଲ୍ୟ ଦେଇ ପାଛୋଟି ଆଣିବା ସମୟରେ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ଏଏସଆଇ ଗୋପାଳ ନବଙ୍କୁ ଅତି ନିକଟରୁ ୯ଏମ୍‌ଏମ୍‌ଏଚସର୍ଭିସ ପିସ୍ତଲରୁ ଗୁଳି କରିଥିଲେ । ଗୁଳିଟି ନବଙ୍କ ଛାତିରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେଠାରେ ନବଦାସଙ୍କୁ ଗରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ହେଲେ ତାଙ୍କର ଭୁବନେଶ୍ୱରରେ ମୃତ୍ୟୁ ହୋଇଯାଇଥିଲା ।

Advertisement

ସେପଟେ ଆଜି ହେଉଛି ନବ ଦାସଙ୍କର ଶ୍ରାଦ୍ଧ ବାର୍ଷିକୀ । ତାଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡା ମନମୋହନ ସ୍କୁଲ ପଡିଆରୁ ଏକ ମିନି ମାରାଥନର ଆୟୋଜନ କରାଯାଇଥିବା ବେଳେ ମନମୋହନ ଏମଇ ସ୍କୁଲ ପଡିଆଠାରେ ତାଙ୍କର ଏକ ସ୍ମୃତି ସଭା ଆୟୋଜନ କରାଯାଇଛି । ତେବେ ନବଦାସଙ୍କ ମୃତ୍ୟୁକୁ ବର୍ଷେ ପୁରିଯାଇଥିଲେ ମଧ୍ୟ ଆଜି ସ୍ୱାମୀଙ୍କ କଥା ମନେ ପକାଇ ଲୁହ ଗଡାଉଛନ୍ତି ନବଦାସଙ୍କ ପତ୍ନୀ ।

Leave a Reply

Your email address will not be published. Required fields are marked *