Pratidin TV

Odisha's Digital News Platform

ବାଜିଲା ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ୍ , ପେବୃଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ…

1 min read

ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ଘୋଷଣା ହେଲା ରାଜ୍ୟସଭା ନିର୍ବାଚନ ତାରିଖ । ଆସନ୍ତା ପେବୃଆରୀ ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ୧୫ ରାଜ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ସେହିପରି ଓଡିଶାରେ ଖାଲିପଡିଥିବା ୩ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା ହୋଇଛି । ନିର୍ବାଚନ ପାଇଁ ଫେବୃଆରୀ ୮ରେ ପ୍ରକାଶ ପାଇବ ବିଜ୍ଞପ୍ତି । ଫେବୃଆରୀ ୧୫ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଏବଂ ୧୬ରେ ଯାଞ୍ଚ ପ୍ରକ୍ରିୟା କରାଯିବା ସହ ୨୦ ସୁଧା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି ।

ଅନ୍ୟପଟେ ଏପ୍ରିଲ୍ ୩ରେ ଓଡି଼ଶାର ତିନି ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଇଛି । ସେମାନେ ହେଲେ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବ । ତବେ ଦେଶରେ ୧୫ଟି ରାଜ୍ୟରେ ୫୬ଟି ସିଟ୍ ପାଇଁ ନିର୍ବାଚନ ଘୋଷଣା ହୋଇଛି ।

Advertisement

ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ଆସନ ଖାଲି ରହିଥିବା ବେଳେ ବିାହରରେ ୬ଟି ଆସନ , ଆନ୍ଧ୍ରପ୍ରଦେଶରେ ୩ଟି , ଛତିଶଗଡରେ ଗୋଟିଏ , ଗୁଜୁରାଟରେ ୪ଟି , ହରିୟାଣାରେ ଗୋଟିଏ , ହିମାଚଳ ପ୍ରଦେଶରେ ଗୋଟିଏ , କର୍ଣ୍ଣାଟକରେ ୪ଟି , ମଧ୍ୟପ୍ରେଶରେ ୫ଟି , ମହାରାଷ୍ଟ୍ରରେ ୬ଟି , ତେଲେଙ୍ଗାନାରେ ୩ଟି , ଉତ୍ତରାଖଣ୍ଡରେ ଗୋଟିଏ , ପଶ୍ଚିମବଙ୍ଗରେ ୫ଟି , ଓଡିଶାରେ ୩ଟି , ରାଜସ୍ଥାନରେ ୩ଟି ରହିଛି ।

Leave a Reply

Your email address will not be published. Required fields are marked *