Pratidin TV

Odisha's Digital News Platform

ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ : ବାଜିମାରିନେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼..

ବାଜିମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼ । ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡିଥିବା ଓଡିଶାର ପ୍ରଜ୍ଞାପନ ମେଢ
ପ୍ରଥମ ସ୍ଥାନ ହାସଲ କରିଛି । ବିଚାରକ ମଣ୍ଡଳୀଦ୍ୱାରା ଓଡିଶାର ପ୍ରଜ୍ଞାପନ ମେଢକୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଛି । ତେବେ ପ୍ରଜ୍ଞାପନ ମେଢରେ ଗଜୁରାଟ ଦ୍ୱାତୀୟ ସ୍ଥାନରେ ଥିବାବେଳେ ତାମିଲନାଡ଼ୁ ତୃତୀୟ ସ୍ଥାନରେ ରହିଛି । ରାଜଧାନୀ ଦିଲ୍ଲୀରେ ସାଧାରଣତନ୍ତ୍ର ଅବସରରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୬ଟି ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା ।

ତେବେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ , ରାଜ୍ୟ ସରକାର ବିକଶିତ ଭାରତ ପ୍ରସ୍ତୁତ କରିଥିଲେ । ରଘୁରାଜପୁର ଗ୍ରାମରେ ମହିଳାମାନେ ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର ପ୍ରଦର୍ଶନ କରିବା ଚିତ୍ର, ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା । ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *