Pratidin TV

Odisha's Digital News Platform

ଖୁବଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ପୁଷ୍ପା-୨ , ଘୋଷଣା ହେଲା ରିଲିଜ୍ ତାରିଖ ..

1 min read

ଏବେ ସବୁ ସିନେପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର । ଯାହାକୁ ଏତେ ଦିନ ଅପେକ୍ଷା କରିଥିଲେ ଦର୍ଶକ ତାହାର ଆଜି ଅନ୍ତ ଘଟିଛି । ସାଉଥ ସୁପରଷ୍ଟାର ଆଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା : ଦ ରୁଲର’ର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ଖୁବ୍ ଶୀଘ୍ର ସିନେମା ହଲ୍ ରେ ରିଲଜ୍ ହେବ ‘ପୁଷ୍ପା : ଦ ରୁଲର’ର । ଏନେଇ ଫିଲ୍ମ ମେକର୍ସଙ୍କ ପକ୍ଷରୁ ଏକ ଅପଡେଟ୍ ପ୍ରକାଶ ପାଇଛି ।

ତେବେ ଜାନୁଆରୀ ୨୯ ରେ ସୋସିଆଲ ମିଡିଆ ସାଇଟରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା ହୋଇଯାଇଛି । ବହୁ ପ୍ରତୀକ୍ଷିତ ପୁଷ୍ପା-୨ ଅଗଷ୍ଟ ୧୫ ୨୦୨୪ ରେ ଏକାଧିକ ଭାଷାରେ ଫିଲ୍ମ ରିିଲିଜ୍ ହେବାକ ଯାଉଛି । ତେବେ ମକର୍ସଙ୍କ ଦ୍ୱାରା ସେୟାର କରାଯାଇଥିବା ପୋଷ୍ଟରରେ ଲେଖାଯାଇଛି ୨୦୦ ଦିନ ମଧ୍ୟରେ ରିଲଜ୍ ହେବ । ବର୍ତ୍ତମାନ ଫିଲ୍ମ ର ସୁଟିଂ ଚାଲିଛି ।

Leave a Reply

Your email address will not be published. Required fields are marked *