Pratidin TV

Odisha's Digital News Platform

ଓଡିଶାକୁ ମୁହାଁ ହେଲେ ଦୁଇ କେନ୍ଦ୍ର ରାଜନୀତି ଦଳ; ବିଜେଡି କହିଲା ଏଥିରେ ଓଡିଶା ଉପରେ କିଛି ପ୍ରଭାବ ପକାଇବ ନାହିଁ

1 min read

୨୪ ନିର୍ବାଚନ ପୂର୍ବରୁ ଚଳ ଚଞ୍ଚଳ ଦଳ |ଓଡିଶାରେ ଏବେ ଲାଗ ଲାଗ କେନ୍ଦ୍ରୀୟ ନେତାମନନଙ୍କର ହେଉଛି ଆଗମନ | ସୋମବାର ଦିନ ଏଆଇସିସି ଅଧ୍ୟକ୍ଷ ମଲ୍ଲୀକାର୍ଜୁନ ଖଡ଼ଗେଙ୍କର ଆଗମନ ହୋଇଥିଲା | ସେପଟେ ଶନିବାର ଦିନ ଓଡିଶା ଆଗମନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏହାକୁ ଦେଖି ବିଜେଡି କହିଛି ନିର୍ଵାଚନ ପାଖ ପାଖି ଆସିଲେ କେନ୍ଦ୍ରୀୟ ନେତା ମାନେ ଆସନ୍ତି | କିନ୍ତୁ ଏଥିପାଇଁ ଓଡ଼ିଶାରେ ଏହାର କିଛି ପ୍ରଭାବ ପଡ଼ିବନି |

ମଲ୍ଲୀକାର୍ଜୁନ ଦିନ ୧୨ଟା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଲୋୟର ପିଏମଜି ରେ ଆୟୋଜିତ ସଭାସ୍ଥଳକୁ ବିରାଟ ଶୋଭାଯାତ୍ରାର ସହ ଆସିଥିଲେ | ଓଡିଶା ବଞ୍ଚାଅ ସମାବେଶ ଆୟୋଜନ କରିଛି କଂଗ୍ରେସ | ଯେଉଁଥିରେ ତାଙ୍କର ଲକ୍ଷ୍ୟ ହଜାର ହଜାର କର୍ମୀଙ୍କୁ ଦଳରେ ସାମିଲ କରିବା | ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଖଡ଼ଗେଙ୍କ ସହ ଆଲୋଚନା କରିଥିଲେ |

Advertisement

ସେପଟେ ସପ୍ତାହରେ ଦୁଇ ଦୁଇ ଥର ଓଡିଶାକୁ ଆସିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଶନିବାର ଦିନ ସମ୍ବଲପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି IIM କ୍ୟାମ୍ପସ ଉଦ୍ଘାଟନ କରିବେ | ପୁଣି ୧୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ଓଡିଶା ଆସିବାର ସମ୍ଭାବନା ଅଛି | ସୂଚନା ମୁତାବକ ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ପ୍ରଧାନମନ୍ତ୍ରୀଙ୍କର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |

କିନ୍ତୁ ଏହି ସବୁ କେନ୍ଦ୍ରୀୟ ରାଜନେତାମାନଙ୍କର ଗ୍ରସ୍ଥରେ ବିଜେଡି କହିଛି ଓଡ଼ିଶାରେ ଏହାର କୌଣସି ପ୍ରକାର ପ୍ରଭାବ ପଡ଼ିବନି | ପ୍ରତି ନିର୍ଵାଚନ ସମୟରେ ଏପରି ଭାବରେ କେନ୍ଦ୍ରୀୟ ରାଜନେତା ମାନେ ଓଡିଶା ଗ୍ରସ୍ଥ କରିବେ | ଓଡ଼ିଶାରେ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ | ବିଜେଡି ସଦାବେଳେ ଲୋକମାନଙ୍କ ପାଖରେ ଅଛି | ଏପରି କହି ବିଜେଡି ଜିଲ୍ଲାରୁ ଜିଲ୍ଲା ବୁଲି ନିଜ ସଙ୍ଗଠନକୁ ମଜବୁତ କରିବାରେ ଲାଗିଛି |

ଏହା ସହ ରାହୁଲ ଗାନ୍ଧୀ ଫେବୃଆରୀ ୧୪ରେ ଓଡ଼ିଶାରେ ପଦଯାତ୍ରା କରିବାକୁ ଆସୁଛନ୍ତି | କେନ୍ଦ୍ର ମନ୍ତ୍ରୀ ମାନେ ତାଙ୍କ ଦଳ ପାଇଁ କାର୍ଯ୍ୟ କରୁଥିବାବେଳେ ଓଡ଼ିଶାରେ ବିଜେଡି ମଧ୍ୟ ତା ସଂଗଠନ ପାଇଁ କାର୍ଯ୍ୟକରିବାରେ ଲାଗିଛି |

Leave a Reply

Your email address will not be published. Required fields are marked *