Pratidin TV

Odisha's Digital News Platform

ଭାରତୀୟ ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲଙ୍କୁ ଦିଆଯାଇଥିଲା କି ବିଷ?

1 min read

ହସ୍ପିଟାଲରେ ଭାରତୀୟ ବ୍ୟାଟ୍ସମ୍ୟାନ ତଥା କର୍ଣାଟକ ରଣଜୀ ଟିମ୍ ଅଧିନାୟକ ମୟଙ୍କ ଅଗ୍ରୱାଲ | ବିମାନରେ ବସିବା ସମୟରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଲାଗିଥିଲା | ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା | ସୂଚନା ଅନୁଯାୟୀ, ମୟଙ୍କ ଅଗ୍ରୱାଲ ତ୍ରିପୁରାରୁ ସୁରଟ ଯାତ୍ରା ପାଇଁ ଇଣ୍ଡିଗୋ ବିମାନରେ ଚଢ଼ୁଥିଲେ ସେହି ସମୟରେ ତାଙ୍କୁ ଅସୁସ୍ଥତା ଅନୁଭବ ହୋଇଥିଲା | ଯାହାଫଳରେ ତାଙ୍କୁ ତୁରନ୍ତ ତ୍ରିପୁରାର ରାଜଧାନୀ ଅଗରତାଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ମୟଙ୍କ ମ୍ୟାନେଜର କହିବା ଅନୁଯାୟୀ, ଯେତେବେଳେ ମୟଙ୍କ ବିମାନରେ ବସିଥିଲେ ତାଙ୍କ ସାମ୍ନାରେ ଏକ ପାଉଚ୍‌ ଥିଲା। ତାକୁ ପାଣି ଭାବି ମୟଙ୍କ ପିଇଥିଲେ |ତାହା ପିଇବା ପରେ ହଠାତ ତାଙ୍କୁ ଅସୁସ୍ଥତା ଅନୁଭବ ହୋଇଥିଲା | ତାଙ୍କ ଗଲା ପାଟି ପୋଡ଼ିବାକୁ ଲାଗିଥିଲା | ସେ କଥା ମଧ୍ୟ କରିପାରିନଥିଲେ | ଯାହାପରେ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା | ଏହି ସୂତ୍ରରୁ କୁହାଯାଉଛି କି ମୟଙ୍କ ଯେଉଁ ପାଣି ପାଉଚ ପିଇଥିଲେ ସେଥିରେ କିଛି ବିଷାକ୍ତ ପଦାର୍ଥ ମିଶାଯାଇଥିଲା | କିନ୍ତୁ ଏଯାଏ ଏହାର କିଛି ସତ୍ୟତା ଜଣାପଡିନାହିଁ |

Advertisement

ତେବେ ଏହି ଘଟଣା ବିଷୟରେ ପୋଲିସ ତଦନ୍ତ କରିବା ଆରମ୍ଭ କରିସାରିଛି | ଏବଂ ପୋଲିସ ମୟଙ୍କ ଅଗ୍ରୱାଲ ମ୍ୟାନେଜରଙ୍କ ମାଧ୍ୟମରେ ଏହି ଘଟଣାର ଏକ ଅଭିଯୋଗ କରିଛନ୍ତି | ତାଙ୍କ ମ୍ୟାନେଜର ମୟଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ ଅଭିଯୋଗ କରିଛନ୍ତି |କିନ୍ତୁ ତାଙ୍କ ମ୍ୟାନେଜର୍‌ ଏହି ଘଟଣାର ତଦନ୍ତ ପାଇଁ NCCPS ଅଧିନରେ ଏକ ଅଭିଯୋଗ ଦାୟର କରିଛନ୍ତି। ସେପଟେ ଏହି ଘଟଣାରେ ୱେଷ୍ଟ ତ୍ରିପୁରା ଏସ୍‌ପି କିରଣ କୁମାର ବଣିଜ ମୁହଁ ଖୋଲିଛନ୍ତି |ଅନ୍ୟପକ୍ଷରେ ବର୍ତ୍ତମାନ ମୟଙ୍କ ଅଗ୍ରୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *